କନକ ବ୍ୟୁରୋ : ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ଶାସକ ବିଜେପି ତରଫରୁ ଘୋଷଣାପତ୍ର ଜାରି କରାଯାଇଛି । ଏହି କ୍ରମରେ ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମେଯøର୍ଯ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁରାଗ ଠାକୁର ଉପସ୍ଥିତ ଥିଲେ । କେବଳ ଘୋଷଣାପତ୍ର ନୁହେଁ ବିଜେପି ତରଫରୁ ଗତ ୫ ବର୍ଷରେ ୟୁପିରେ କଣ କାର୍ଯ୍ୟ କରାଯାଇଛି ତାର ଏକ ପୁସ୍ତକ ଜାରି କରାଯାଇଛି ।
ବିଜେପି ତରଫରୁ ଜାରି କରାଯାଇଥିବା ଘୋଷଣାପତ୍ରରେ କୁହାଯାଇଛି କି, ରାଜ୍ୟରେ ବିଜେପି ପୁଣି କ୍ଷମତାକୁ ଆସିଲେ
- ଜଳ ସେଚନ ପାଇଁ ସମସ୍ତ ବର୍ଗର କୃଷକଙ୍କୁ ମାଗଣାରେ ବିଜୁଳି ।
- ବିଧବା ଭତ୍ତା ୮୦୦ ଟଙ୍କାରୁ ୧୫୦୦ ଟଙ୍କକୁ ବୃଦ୍ଧି, ହୋଲି ଓ ଦିପାବଳୀରେ ଉପଭୋକ୍ତାମାନଙ୍କୁ ୨ଟି ଗ୍ୟାସ ସିଲିଣ୍ଡର ମାଗଣା ।
- ୬୦ ବର୍ଷରୁ ଅଧିକ ମହିଳାଙ୍କୁ ମାଗଣା ଯାତ୍ରା ।
- ଛାତ୍ର ଛାତ୍ରୀମାନଙ୍କୁ ୨ କୋଟି ମାଗଣା ସ୍ମାର୍ଟ ଫୋନ ।
- ପ୍ରତି ପରିବାରର ଜଣେ ଲୋକକୁ ସରକାରୀ ବା ସ୍ୱରୋଜଗାର କରାଇବା ।
- କଲେଜ ଯାଉଥିବା ଝିଅମାନଙ୍କୁ ମାଗଣା ସ୍କୁଟି ।
- ଅଯୋଦ୍ଧାରେ ଅର୍ନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ।
- ଗରିବ ପରିବାରର ଝିଅ ବାହାଘରରେ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ।
- ସମସ୍ତ ସାର୍ବଜନିକ ଓ ଶୈକ୍ଷଣିକ ସ୍ଥାନରେ ସିସିଟିଭି ବ୍ୟବସ୍ଥା ।
- ପ୍ରତି ଜିଲ୍ଲା ହସ୍ପିଟାଲରେ ଡାଇଲୋସିସ ସେଣ୍ଟର ।
- ରାଜ୍ୟରେ ୨୫ ଟି ନୂଆ ମେଡିକାଲ କଲେଜ ।
- ଉଚ୍ଚଶିକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ର ଛାତ୍ରୀମାନଙ୍କୁ ମାଗଣା କୋଚିଂ ।
କହିରଖୁ କି ଏହି ଘୋଷଣାପତ୍ର ଜାରି କରିବା ପୂର୍ବରୁ ୨୦୨୧ ଡିସେମ୍ବର ମାସ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆକାଂକ୍ଷା ପେଟି ଲଂଚ କରି ପ୍ରଦେଶର ଲୋକଙ୍କ ଠାରୁ ପରାମର୍ଶ ମାଗିଥିଲେ । ଲୋକଙ୍କ ପରାମର୍ଶ ମୁତାବକ ଏହି ଘୋଷଣପତ୍ର ଜାରି କରାଯାଇଛି ବୋଲି କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/16-9.jpg)