କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ଏବେ ବିଧାନସଭା ନିର୍ବାଚନ ଚାଲିଛି । ଏହି କ୍ରମରେ ଏଠାରେ ଅନେକ ଅଜବ ଚିତ୍ରମାନ ଦେଖିବାକୁ ମିଳୁଛି । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଭିନ୍ନ ଭିନ୍ନ ତରିକାରେ ପ୍ରଚାର କରୁଛନ୍ତି । ହେଲେ ୫ ବର୍ଷ ଧରି ଶାସନ କ୍ଷମତାରେ ଥିବା ରାଜ୍ୟ ବିଜେପିର ଜଣେ ବିଧାୟକ ଭୋଟରଙ୍କ ଅସନ୍ତୋଷକୁ ଦୂର କରିବାକୁ ମଞ୍ଚ ଉପରେ ଏମିତି କାଣ୍ଡ କରିଛନ୍ତି ଯେ ଯାହାକି ବିରୋଧୀ ମାନଙ୍କୁ ଖୋରାକ ଯୋଗାଇଛି ।
ବୁଧବାର ଦିନ ସୋନଭଦ୍ର ଜିଲ୍ଲା ରାବଟ୍ସଗଂଜ ବିଧାନସଭା କ୍ଷେତ୍ରର ବିଜେପି ଟିକେଟରୁ ବିଧାୟକ ଥିବା ଭୂପେଶ ଚୌବେ ଏକ ଜନସଭାରେ ଜନତାଙ୍କ ଅସନ୍ତୋଷ ଦୂର କରିବାକୁ ମଞ୍ଚ ଉପରେ କାନ ଧରି ଉଠ୍ ବସ ହେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନା ମୁତାବକ ରାବଟ୍ସଗଂଜ ମୁଖ୍ୟାଳୟରେ ବିଜେପି ତରଫରୁ ଏକ ଜନସଭାର ଆୟୋଜନ କରାଯାଇଥିଲା । ଏହି ଜନସଭାରେ ସ୍ଥାନୀୟ ବିଜେପି ବିଧାୟକ ଭୂପେଶ ଚୌବେ ସାମିଲ ହୋଇଥିଲେ । ଏହି କ୍ରମରେ ବିଧାୟକ ଜଣଙ୍କ ଅସନ୍ତୋଷ ଜନତାଙ୍କୁ ମନାଇବାକୁ ନିଆରା ପ୍ରୟାସ କରିଥିଲେ । ବିଧାୟକ ଜଣଙ୍କ ମଞ୍ଚରେ ଥିବା ଟେବୁଲ ଉପରେ ଚଢି କାନ ଧରି ଉଠବସ ହୋଇଛନ୍ତି ।
रॉबर्टसगंज से भाजपा के विधायक भूपेश चौबे ने कान पकड़ कर उठक बैठक की ताकि जनता उनके पांच साल के कुशासन को भुला दे ।
लोकतंत्र में जनता से ज्यादा ताकतवर कोई नही है । 😀 pic.twitter.com/2GDxew3HvN
— Chhattisgarh Pradesh Congress Sevadal (@SevadalCG) February 23, 2022
ଏଭଳି କରି ବିଧାୟକ ଜଣଙ୍କ କହିବାକୁ ଚାହିଁଥିଲେ କି ଗତ ୫ ବର୍ଷ ମଧ୍ୟରେ ମୋ ତରଫରୁ ଯାହା ଭୁଲ ହୋଇଛି ତାହା ଆଗକୁ କେବେ ବି ହେବ ନାହିଁ । କୁହାଯାଉଛି କି ବିଧାୟକଙ୍କ ଉପରେ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ଲୋକ ଅସନ୍ତୋଷ ରହିଛନ୍ତି । ସେମାନେ କହିଛନ୍ତି କି ବିଧାୟକ ଜଣଙ୍କ ତାଙ୍କ ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ କିଛି ବି ବିକାଶମୂଳକ କାର୍ଯ୍ୟ କରିନାହାଁନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/40-10.jpg)