ୟୁପିରେ ଏକା ଲଢିବ କଂଗ୍ରେସ, ମେଣ୍ଟ ନେଇ ଏମିତି ମତ ରଖିଲେ ପ୍ରିୟଙ୍କା ଗାନ୍ଧୀ

251

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉମାତ୍ର କେଇଟାମାସ ବାକି ରହିଛି । ହେଲେ ଏବେଠାରୁ ରାଜନୈତିକ ଉସ୍ମତା ସେଠାରେ ଦେଖିବାକୁ ମିଳିଛି । କିଏ କେଉଁ ଦଳସହିତ ମେଣ୍ଟ କରିବ ଓ କାହାକୁ କେତେ ଆସନରେ ପ୍ରତିଦ୍ୱନ୍ଦିତା କରିବାର ସୁଯୋଗ ମିଳିବ ସେନେଇ ଏବେ ସେଠାରେ ଜାତୀୟ ଠାରୁ ଆଞ୍ଚଳିକ ଦଳମାନେ ଭାଗ ବଣ୍ଟା ଓ ମେଣ୍ଟକୁ ନେଇ ବେସ୍ ତତ୍ପର ରହିଛନ୍ତି । ଏହାରି ମଧ୍ୟରେ ବୁଲନ୍ଦ ସହରରେ ପ୍ରିୟଙ୍କା ଗାନ୍ଧୀଙ୍କ ଦ୍ୱାରା ଆୟୋଜିତ ଏକ ପଦାଧିକାରରୀ ପ୍ରତିଜ୍ଞା ସମ୍ମିଳନୀରେ କଂଗ୍ରେସ ତାର ମତ ସ୍ପଷ୍ଟ କରିଛି । ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କି ୟୁପି ବିଧାନସଭା ନିର୍ବାଚନରେ କଂଗ୍ରେସ କାହା ସହିତ ମେଣ୍ଟ ନକରି ଏକାକୀ ଲଢିବ । ସେ କହିଛନ୍ତି କି କଂଗ୍ରେସକୁ ମଜବୁତ କରିବାକୁ ସେ ଏଠାକୁ ଆସିଛନ୍ତି । କାରଣ କଂଗ୍ରେସ ହିଁ ଦେଶ ସହିତ ଛିଡା ହୋଇଛି । ଏହି କ୍ରମରେ ସେ ୟୁପି ଶାସନରେ ଥିବା ବିଜେପି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍ କରିଛନ୍ତି ।

ପଦାଧିକାରୀ ସମ୍ମିଳନୀକୁ ସମ୍ବୋଧିତ କରୀ ପ୍ରିୟଙ୍କା କହିଥିଲେ କି “ନେହରୁ ଜୀ କହିଥିଲେ, ଭାରତ ମାତା ଜୟ ନାରାରେ କିଷାନ, ଶ୍ରମିକ, ମହିଳା, ଯବାନ ଗୋଟି ଗୋଟି କରି ଦେଶବାସୀଙ୍କ ଜୟ ରହିଥିଲା, ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ୱାଧୀନତାର ମୂଲ୍ୟ ଜଣାଥିଲା, ଯେଉଁମାନେ ସ୍ୱାଧୀନତା ପାଇଁ ରକ୍ତ ଦେଇ ନାହାଁନ୍ତି ସେମାନଙ୍କୁ କିଭଳି ସ୍ୱାଧୀନତାର ମୂଲ୍ୟ ଜଣାପଡିବ, ଏହି କାରଣରୁ ବିଜେପି ନେତୃ୍ତ୍ୱମାନେ ସ୍ୱାଧୀନତାକୁ ସହଜରେ ଗ୍ରହଣ କରିପାରନ୍ତି ନାହଁ”

ପ୍ରିୟଙ୍କା ଆହୁରି କହିଥିଲେ କି କଂଗ୍ରେସ ଦେଶପାଇଁ କେବଳ ବିକାଶ ଆଣିନାହିଁ, ଭାଇଚାରାକୁ ବି ପ୍ରୋତ୍ସାହିତ କରିଛି । ଏବେ କର ବା ମରର ସମୟ ଆସିଛି । ସେପଟେ ଦରବୃଦ୍ଧି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି ପ୍ରିୟଙ୍କା କହିଛନ୍ତି କି ଏବେ ଲୋକମାନେ ମହଙ୍ଗା ମାଡରେ ପେଶି ହୋଇଯାଉଛନ୍ତି । ଏବେ ସରକାର ଲୋକଙ୍କୁ ନୁହେଁ ଲୋକଙ୍କ ଭୋଟ ଉପରେ ନଜର ରଖିଛି । ପେଟ୍ରୋଲକୁ ୭୦ ଟଙ୍କାରେ ପହଂଚିବାକୁ ୭୦ ବର୍ଷ ଲାଗିଥିବା ବେଳେ ମୋଦୀ ସରକାର ୭ ବର୍ଷରେ ୧୦୦ ଟଙ୍କା ପାର କରିଦେଲେ ।

କହିରଖୁ କି ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ କେଉଁ ଦଳ କାହା ସହିତ ମେଣ୍ଟ କରିବ ତାହା ସ୍ପଷ୍ଟ ହୋଇ ନାହିଁ । ଏସପି ଓ ବିଏସପି ଏନେଇ ମତ ସ୍ପଷ୍ଟ କରିନଥିବା ବେଳେ ଏସପି କିଛି ଛୋଟ ଛୋଟ ଦଳ ସହିତ ମେଣ୍ଟ କରିପାରେ ବୋଲି ଆଶା କରାଯାଉଛି ।