୨୬ ବର୍ଷ ଧରି ଧାରଣାରେ ବସିଥିବା ଶିକ୍ଷକଙ୍କ ଘୋଷଣା, ଯୋଗୀଙ୍କ ବିରୋଧରେ ପ୍ରାର୍ଥୀ ହୋଇ ଅଖିଳେଶଙ୍କ ବିରୋଧରେ କରିବେ ପ୍ରଚାର

୨୬ ବର୍ଷ ଧରି ଧାରଣାରେ ବସିଥିବା ଶିକ୍ଷକଙ୍କ ଘୋଷଣା, ଯୋଗୀଙ୍କ ବିରୋଧରେ ପ୍ରାର୍ଥୀ ହୋଇ ଅଖିଳେଶଙ୍କ ବିରୋଧରେ କରିବେ ପ୍ରଚାର

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହେବାରେ ଲାଗିଛି । ହେଲେ ଏହି ନିର୍ବାଚନରେ ଏମିତି ଜଣେ ଲୋକ ପ୍ରାର୍ଥୀ ହୋଇଛନ୍ତି ଯାହାକୁ ନେଇ ପୂରା ୟୁପିରେ ଚର୍ଚ୍ଚା ଜୋର ଧରିଛି । ଏହି ପ୍ରାର୍ଥୀ ଜଣଙ୍କ ଉତ୍ତର ପ୍ରଦେଶର ରାଜନୀତିର ମୁଖ୍ୟ ଦୁଇ ନେତୃତ୍ୱଙ୍କୁ ଟକ୍କର ଦେଉଛନ୍ତି । ଅର୍ଥାତ ବ୍ୟକ୍ତି ଜଣଙ୍କ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ପ୍ରାର୍ଥୀ ହେଉଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ବିରୋଧରେ ପ୍ରଚାର ମଇଦାନକୁ ଉହ୍ଲାଇଛନ୍ତି  ।
ସୂଚନା ମୁତାବକ ଉତ୍ତର ପ୍ରଦେଶର ଜଣେ ପୂର୍ବତନ ସ୍କୁଲ ଶିକ୍ଷକ ବିଜୟ ସିଂ କହିଛନ୍ତି କି ସେ ଚଳିତ ନିର୍ବାଚନରେ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଗୋରଖପୁର ଆସନରୁ ନିର୍ବାଚନ ଲଢିବେ ଓ କରହଲ ବିଧାନସଭା କ୍ଷେତ୍ରରେ ଅଖିଳେଶଙ୍କ ବିରୋଧରେ ପ୍ରଚାର କରିବେ ।

publive-image

କହିରଖୁ କି ପୂର୍ବତନ ଶିକ୍ଷକ ବିଜୟ ସିଂ ଜଣେ ଦୁର୍ନୀତି ବିରୋଧୀ କାର୍ଯ୍ୟକର୍ତ୍ତା । ସେ ଜମି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଦୀର୍ଘ ୨୬ ବର୍ଷ ହେବ ମୁଜାଫରପୁରରେ ଧାରଣାରେ ବସିଛନ୍ତି । ସେ ଦାବି କରିଛନ୍ତି କି ଜମି ମାଫିଆମାନେ ପଶ୍ଚିମ ଉତ୍ତର ପ୍ରଦେଶର ହଜାର ହଜାର ଏକର ଜମିକୁ ଜବର ଦଖଲ କରି ରଖିଛନ୍ତି ।

ବିଜୟ ସିଂ ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି କି ଫେବୃଆରୀ ୯ ତାରିଖରେ ସେ ଗୋରଖପୁର ଆସନରେ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ନାମାଙ୍କନ ଦାଖଲ କରିବେ । ଏହାସହ ଲୋକଙ୍କୁ ସଚେତନ କରିବାକୁ ସେ ନିର୍ବାଚନ ମଇଦାନକୁ ଉହ୍ଲାଉଥିବା କଥା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି ଉତ୍ତର ପ୍ରଦେଶରେ ଶାସନ କରୁଥିବା ଓ କରିଥିବା କୌଣସି ବି ରାଜନୈତିକ ଦଳ ଭ୍ରଷ୍ଟାଚାର ବିରୋଧରେ ଓ ଜମି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଗ୍ରହ ଦେଖାଇ ନାହାଁନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe