କନକ ବ୍ୟୁରୋ : କଂଗ୍ରେସ ତରଫରୁ ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ମହିଳାମାନଙ୍କ ପାଇଁ ଘୋଷଣା ପତ୍ର ଜାରି କରିଛି । ବୁଧବାର ଦିନ ଲକ୍ଷ୍ନୌ ଠାରେ ଘୋଷଣା ପତ୍ର ଜାରି କରି ପ୍ରିୟଙ୍କା କାନ୍ଦୀ କହିଛନ୍ତି କି ଯଦି ୟୁପିରେ କଂଗ୍ରେସ ସରକାର ଗଠନ କରିବ ତେବେ ସରକାରୀ ଚାକିରୀ କ୍ଷେତ୍ରରେ ମହିଳାମାନଙ୍କୁ ୪୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବ । ଏହାସହ ମହିଳାମାନଙ୍କ ଚିକିତ୍ସା ପାଇଁ ସରକାର ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରିବେ ।
ଘୋଷଣା ପତ୍ରରେ କଣ ରହିଛି ମହିଳାଙ୍କ ପାଇଁ ?
- ସ୍ନାତକ ପାସ ପରେ ମହିଳାଙ୍କୁ ସ୍କୁଟି
- ମହିଳାମାନଙ୍କ ଦ୍ୱାରା ପରିଚାଳିତ ଛୋଟ ବ୍ୟବସାୟରେ କର ଛାଡ
- ସମସ୍ତ ମହିଳାଙ୍କୁ ମାଗଣା ବସ ଟିକେଟ
- ବିଧବା ମହିଳାଙ୍କୁ ମାସିକ ୫୦୦ ଟଙ୍କା ପେନସନ
- ଗରୀବ ମହିଳାମାନଙ୍କୁ ମାଗଣାରେ ଇଣ୍ଟରନେଟ ସେବା
- ଆବାଶିକ କ୍ରିଡା ଏକାଡେମୀ ନିର୍ମାଣ
- ପୋଲିସ ବିଭାଗରେ ୨୫ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି
- ବଳକ୍ରାର ମାମଲାରେ ଅଭିଯୋଗ ନିୟମ ପାଳନରେ ଉଲଙ୍ଘନ କଲେ ଅଧିକାରୀଙ୍କୁ ନିଲମ୍ବିତ
- ପ୍ରତି ଜିଲ୍ଲାରେ ମହିଳାଙ୍କ ପାଇଁ ଆଇନ ସହାୟତା କେନ୍ଦ୍ର
- ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା
- ମାସିକ ଧର୍ମ ନେଇ ମହିଳାଙ୍କୁ ଆବଶ୍ୟକ ପଡୁଥିବା ସମସ୍ତ ଔଷଧ ମାଗଣା
- ପ୍ରତି କମ୍ୟୁନିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳା ଡାକ୍ତରଙ୍କ ଦ୍ୱାରା ମହିଳାଙ୍କୁ ସ୍ୱାସ୍ଥ୍ୟ ଶିକ୍ଷା
ଏସବୁ ଭିତରେ କଂଗ୍ରେସ ମହାସଚିବ ପ୍ରିୟଙ୍କ ଗାନ୍ଧୀ ୟୁପି ରାଜନୀତିରେ ନିଜର ଓ ନିଜ ଦଳର ସ୍ଥିତି ସଦୃଢ କରିବାକୁ ଚେଷ୍ଟା କରିଛନ୍ତି । ଏହି ସମାରୋହରେ ପ୍ରିୟଙ୍କା କହିଛନ୍ତି କି ଏବେ ମହିଳା ସଶକ୍ତି କରଣ କେବଳ କାଗଜ କଲମରେ ରହିଯାଇଛି । ହେଲେ ଏହାର ସଦଉପଯୋଗ ସେତେବେଳେ ହେବ ଯେତେବେଳେ କଂଗ୍ରେସ କ୍ଷମତାକୁ ଆସିବ ।