କନକ ବ୍ୟୁରୋ : ଭୀମ ଆର୍ମି ଏବେ ବିଜେପି ବିରୋଧରେ ନିଜର ମୋର୍ଚ୍ଚା ଖୋଲିବା ଆରମ୍ଭ କରିଛି । ଭୀମ ଆର୍ମିର ମୁଖ୍ୟ କୁହାଯାଉଥିବା ଚନ୍ଦ୍ରଶେଖର ଆଜାଦ ନିଜେ ଗୋରଖପୁର ଆସନରୁ ନିର୍ବାଚନ ଲଢିବା ନେଇ ସୂଚନା ଦେଇଛନ୍ତି । କହିରଖୁ କି ଏହି ଆସନରୁ ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଢିବାକୁ ଯାଉଛନ୍ତି ।
କହିରଖୁ କି ୟୁପି ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । କାରଣ ୨୦୧୭ ମସିହାରେ ସେ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସାଂସଦ ଥିଲେ । ଯୋଗୀ ୧୯୯୮ ମସିହାରେ ପ୍ରଥମଥର ପାଇଁ ଗୋରଖପୁର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ କ୍ରମାଗତ ଭାବେ ୫ ଥର ସେ ଗୋରଖପୁର ଆସନରୁ ସାଂସଦ ଭାବେ ବିଜୟୀ ହୋଇଥିଲେ । ହେଲେ ମୁଖ୍ୟମନ୍ତ୍ରୀ ହେବା ପରେ ସେ ବିଧାନପରିଷଦରୁ ନିର୍ବାଚିତ ହୋଇଥିଲେ ।
ଗୋରଖପୁରରୁ ନିର୍ବାଚନ ଲଢିବା ନେଇ ଚନ୍ଦ୍ରଶେଖର ଆଜାଦ କହିଛନ୍ତି କି କିଛି ବିଧାନସଭା କ୍ଷେତ୍ରରେ ଦଳ ପ୍ରାର୍ଥୀ ଦେବ ନାହିଁ । ବିଶେଷ କରି ଯେଉଁ ଆସନରୁ ଶିବପାଲସିଂ ଯାଦବ, ଓମ ପ୍ରକାଶ ରାଜଭର, ଜୟନ୍ତ ଚୌଧୁରୀ, ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଓ ଅଖିଳେଶ ଯାଦବ ପ୍ରାର୍ଥୀ ହେବେ ସେହି ସ୍ଥାନରେ ଭୀମ ଆର୍ମି ପ୍ରାର୍ଥୀଦେବ ନାହିଁ ।
बहुत - बहुत आभार साधुवाद। पिछले 5 साल भी लड़ा हूँ। अब भी लड़ूंगा। जय भीम,जय मण्डल। बहुजन हिताय, बहुजन सुखाय। https://t.co/FROhXhttiv
— Chandra Shekhar Aazad (@BhimArmyChief) January 20, 2022
ଆଜାଦ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ କହିଛନ୍ତି କି ଯଦି ସମାଜବାଦୀ ପାର୍ଟି ଉତ୍ତିର ପ୍ରଦେଶ ନିର୍ବାଚନରେ ତାଙ୍କ ଦଳକୁ ୧୦୦ ଟି ଆସନ ବି ଦେବ ତେବେ ବି ଭୀମ ଆର୍ମି ତାଙ୍କ ସହ ମେଣ୍ଟ କରିବ ନାହିଁ ।