କନକ ବ୍ୟୁରୋ : ବିଜେପିର ବିଜୟ ବିକାଶର ବିଜୟ । ବିଜେପିର ଅଭୂତପୂର୍ବ ସଫଳତାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ଦଳୀୟ କର୍ମୀଙ୍କୁ ଶ୍ରେୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ଫଳାଫଳକୁ ନେଇ ଟ୍ୱିଟ୍ କରିଛନ୍ତି ମୋଦି । ବିଜେପି ଉପରେ ଭରସା କରି ଭୋଟ ଦେଇଥିବାରୁ ସାଧାରଣ ଜନତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ବିଶେଷ ଭାବରେ ଉତରପ୍ରଦେଶବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହା ବିଜେପିର ଐତିିହାସିକ ବିଜୟ ଓ ଏହା ବିକାଶର ବିଜୟ ବୋଲି ଟ୍ୱିଟ୍ କରିଛନ୍ତି ମୋଦି । ସେହିପରି ଉତରାଖଣ୍ଡରେ ବି ଦଳର ବିଜୟ ନେଇ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।
ବିକାଶ ଓ ସୁଶାସନର ହୋଇଛି ବିଜୟ ! ନରେନ୍ଦ୍ର ମୋଦି
/kanak/media/post_attachments/wp-content/uploads/2017/03/modi-addresses-election-rally_31eed1fe-fefa-11e6-a3af-7fa15638f741.jpg)