କିଛି ସମୟ ପରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ! ଭୋଟ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା

27

କନକ ବ୍ୟୁରୋ : ଆଜି ଆସିବ ୫ଟି ରାଜ୍ୟରେ ହୋଇଥିବା ନିର୍ବାଚନର ବହୁ ପ୍ରତିକ୍ଷିତ ଫଳାଫଳ । ଆଉ ଏହା ଉପରେ ରହିଛି ଦେଶବାସୀଙ୍କର ନଜର । ନିର୍ବାଚନ ହୋଇଥିବା ଉତରପ୍ରଦେଶ, ପଂଜାବ, ଉତରାଖଣ୍ଡ,ମଣିପୁର, ଓ ଗୋଆରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଯିବ ।

ଭୋଟଗଣତି ପାଇଁ ଏହି ସବୁ ରାଜ୍ୟମାନଙ୍କରେ କଡା ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ଉତରପ୍ରଦେଶରେ ୨୦ ହଜାର କେନ୍ଦ୍ରୀୟ ବଳଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ଷ୍ଟ୍ରଂଗ ରୁମଠାରୁ ଆରମ୍ଭ କରି ମତଗଣନା କକ୍ଷ ଯାଏଁ ସବୁଠି ସିସିଟିଭି କ୍ୟାମେରା ଲଗାଯାଇଛି ।