ଗାଜିଆବାଦ ଭାଇରାଲ ଭିଡିଓ ଘଟଣା : ଟ୍ୱିଟର ଇଣ୍ଡିଆକୁ ସ୍ଥାନୀୟ ପୁଲିସର ନୋଟିସ; କିଛି ଅଧିକାରୀଙ୍କୁ କରାଯାଇପାରେ ପଚରାଉଚରା

82

କନକ ବ୍ୟୁରୋ : ୟୁପି ଗାଜିଆବାଦର ଭାଇରାଲ ଭିଡିଓ ମାମଲାରେ ଟ୍ୱିଟର ଇଣ୍ଡିଆର ମୁସ୍କିଲ ବଢିବାରେ ଲାଗିଛି । ଏହି ମାମଲାରେ ଗାଜିଆବାଦ ପୁଲିସ ଟ୍ୱିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରିଛି ।  ନୋଟିସରେ କୁହାଯାଇଛି, ସମାଜ ବିରୋଧୀ  ସନ୍ଦେଶକୁ ରୋକିବା ପାଇଁ ଟ୍ୱିଟର ଇଣ୍ଡିଆ କିଛି କଲା ନାହିଁ ।

ଟ୍ୱିଟରର କିଛି ଅଧିକାରୀଙ୍କୁ ବି ଏ ନେଇ ପଚରାଉଚରା କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ସ୍ଥାନୀୟ ପୁଲିସର କହିବା କଥା ହେଲା, ଭାଇରାଲ ଭିଡିଓକୁ ରୋକିବା ପାଇଁ ଟ୍ୱିଟରରକୁ  କୁହାଯାଇଥିଲେ ବି କିଛି ପଦକ୍ଷେପ ନିଆଯାଇନଥିଲା । ବର୍ତମାନ ସୁଦ୍ଧା ଏହି ଘଟଣାରେ ୩ଜଣଙ୍କୁ ଗରିଫ କରିସାରିଛି ଗାଜିଆବାଦ ପୁଲିସ । ଭାରତରେ ନୂଆ ଆଇଟି ନିୟମ ପାଳନ  କରିନଥିବାରୁ ଭାରତରେ ଆଇନଗତ ସୁରକ୍ଷା ହରାଇସାରିଛି ଟ୍ୱିଟର ।