କନକ ବ୍ୟୁରୋ : ୟୁପି ଗାଜିଆବାଦର ଭାଇରାଲ ଭିଡିଓ ମାମଲାରେ ଟ୍ୱିଟର ଇଣ୍ଡିଆର ମୁସ୍କିଲ ବଢିବାରେ ଲାଗିଛି । ଏହି ମାମଲାରେ ଗାଜିଆବାଦ ପୁଲିସ ଟ୍ୱିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରିଛି । ନୋଟିସରେ କୁହାଯାଇଛି, ସମାଜ ବିରୋଧୀ ସନ୍ଦେଶକୁ ରୋକିବା ପାଇଁ ଟ୍ୱିଟର ଇଣ୍ଡିଆ କିଛି କଲା ନାହିଁ ।
ଟ୍ୱିଟରର କିଛି ଅଧିକାରୀଙ୍କୁ ବି ଏ ନେଇ ପଚରାଉଚରା କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ସ୍ଥାନୀୟ ପୁଲିସର କହିବା କଥା ହେଲା, ଭାଇରାଲ ଭିଡିଓକୁ ରୋକିବା ପାଇଁ ଟ୍ୱିଟରରକୁ କୁହାଯାଇଥିଲେ ବି କିଛି ପଦକ୍ଷେପ ନିଆଯାଇନଥିଲା । ବର୍ତମାନ ସୁଦ୍ଧା ଏହି ଘଟଣାରେ ୩ଜଣଙ୍କୁ ଗରିଫ କରିସାରିଛି ଗାଜିଆବାଦ ପୁଲିସ । ଭାରତରେ ନୂଆ ଆଇଟି ନିୟମ ପାଳନ କରିନଥିବାରୁ ଭାରତରେ ଆଇନଗତ ସୁରକ୍ଷା ହରାଇସାରିଛି ଟ୍ୱିଟର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/facebook-and-twitter.jpg)