କନକ ବ୍ୟୁରୋ : କାଉଡିଆଙ୍କ ପାଇଁ ବଡ଼ ପଦକ୍ଷେପ ଗ୍ରହଣ କଲେ ଉତରପ୍ରଦେଶ ସରକାର । ଯେଉଁମାର୍ଗ ଦେଇ କାଉଡିଆ ଯିବେ ସେହି ମାର୍ଗରେ ଥିବା ସମସ୍ତ ଭୋଜନାଳୟ ମାଲିକଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଭୋଜାନାଳୟ ମାଲିକମାନେ ଦୋକାନରେ ନିଜ ନାଁ, କ୍ୟୁଆର କୋର୍ଡ ଓ ଫୋନ ନମ୍ବର ଲଗାଇବେ । ଜୁଲାଇ ୨୨ରୁ ଆରମ୍ଭ ହେବ ଶ୍ରାବଣ ମାସର ବହୁ ପବିତ୍ର ବୋଲବମଯାତ୍ରା । ଶ୍ରଦ୍ଧାଳୁ ଏହା ପୂର୍ବରୁ ଅଭିଯୋଗ ଆଣିଥିଲେ ଯେ ମୁସଲିମ ବ୍ୟବସାୟ ବେଶ ବଦଳାଇ ଖାଦ୍ୟ ବିକ୍ରି କରୁଛନ୍ତି । ଶାକହାରୀ ନାଁରେ ମାଂସାହାରୀ ଖାଦ୍ୟ ବିକି ସେମାନଙ୍କ ଆସ୍ଥା ଉପରେ କୁଟାରଘାତ କରୁଛନ୍ତି । ତେଣୁ ସରକାର ଏନେଇ କିଛି ପଦକ୍ଷେପ ଗ୍ରହଣ କରନ୍ତୁ ।ତେବେ ଏହାକୁ ବିରୋଧ କରିଛି କଂଗ୍ରେସ । ଏହା ଦ୍ବାରା ସାମ୍ପ୍ରଦାୟିକ ହିଂସା ଉପଜିବା ସମ୍ଭାବନା ରହିଛି । ସେପଟେ କାଉଡିଆଙ୍କ ପାଇଁ ଯୋଗୀ ସରକାରଙ୍କ ଏହି ନିଷ୍ପତି ଏନଡିଏ ମେଂଟକୁ ହଲଚଲ କରିଛି । ସହଯୋଗୀ ଦଳ ଜେଡିୟୁ ନିଷ୍ପତି ଉପରେ ପୁଣି ସମୀକ୍ଷା କରିବାକୁ ପରାର୍ମଶ ଦେଇଛି ସେପେଟେ ଆରଏଲଡି ନିଷ୍ପତିକୁ ପ୍ରତ୍ୟାହାର କରିବାକୁ ଦାବି କରିଛି ।