ଉତ୍ତର ପ୍ରଦେଶରେ ରାଜନୈତିକ ହଟଚମଟ ମଧ୍ୟରେ ଦିଲ୍ଲୀ ପହଂଚିଲେ ଯୋଗୀ ଆଦିତ୍ୟ ନାଥ : ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି

195

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ରାଜନୀତି ଏବେ ଚଳଚଂଚଳ ହୋଇ ପଡ଼ିଛି । କଂଗ୍ରେସର ଟାଣୁଆ ନେତା ଜିତିନ ପ୍ରସାଦ ବିଜେପିରେ ମିଶିବା ପରେ ଏହି ରାଜନୈତିକ ଉଷ୍ମତା ଆହୁରି ବଢ଼ିଯାଇଛି । ଏହି ସମୟରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଦୁଇ ଦିନିଆ ଗସ୍ତରେ ଦିଲ୍ଲୀରେ ପହଂଚିଛନ୍ତି । ଯୋଗୀ, ଗତକାଲି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଏଥିସହ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ଭେଟିବେ ଯୋଗୀ । ୟୁପିର ରାଜନୈତିକ ସ୍ଥିତି ଉପରେ ଆଲୋଚନା କରିବାକୁ ଦିଲ୍ଲୀ ଗସ୍ତରେ ଯୋଗୀ ଆସିଥିବା ଚର୍ଚ୍ଚା କରାଯାଉଛି । ୟୁପିରେ ଖୁବ ଶୀଘ୍ର କ୍ୟାବିନେଟ ଅଦଳବଦଳର ସମ୍ଭାବନା ଥିବା ଚର୍ଚ୍ଚା ଚାଲିଥିବା ବେଳେ କିଛି ନୂଆ ଚେହେରା ଏଥିରେ ସାମିଲ ହୋଇପାରନ୍ତି । ଆସନ୍ତାବର୍ଷ ୟୁପିରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ଯୋଗୀଙ୍କ ଗସ୍ତକୁ ବେଶ ଗୁରୁତ୍ୱ ଦିଆଯାଉଛି ।