ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖୁସି ଖବର ! ପାଠ୍ୟକ୍ରମରେ ସାମିଲ ହେବ ବୈଦିକ ଗଣିତ, ଖୁବ ସହଜରେ କରିହେବ ସମାଧାନ । 

184

ଗଣିତରେ ରୁଚି ନରଖୁଥିବା କିମ୍ବା ଗଣିତକୁ ଭୟ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଖୁସିର ଖବର । ୟୁପି ବୋର୍ଡ ବୈଦିକ ଗଣିତ ସାହାଯ୍ୟରେ ଗଣିତର ଜଟିଳତାକୁ ସମାଧାନ କରିବା ପାଇଁ ଏକ ଫର୍ମୁଲା ବାହାର କରିଛନ୍ତି । ସିବିଏସଇ କହିବା ଅନୁସାରେ ୟୁପି ବୋର୍ଡ ମଧ୍ୟ ତାଙ୍କ ପାଠ୍ୟକ୍ରମରେ ବୈଦିକ ଗଣିତକୁ ସାମିଲ କରି ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢାଇବା ଆରମ୍ଭ କରିଛନ୍ତି । ବୈଦିକ ଗଣିତକୁ ପ୍ରଥମେ ନବମ ଏବଂ ଦଶମ କକ୍ଷରେ ସାମିଲ କରାଯାଇଛି । ବୋର୍ଡର କହିବା ଅନୁସାରେ ଏହି ବୈଦିକ ଗଣିତକୁ ଏକାଦଶ ଏବଂ ଦ୍ୱାଦଶ କକ୍ଷରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରହିଛି । ସେ ଏହା ମଧ୍ୟ କହିଛନ୍ତି ଯଦି ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଏଥିରେ ରୁଚି ରଖନ୍ତି ତେବେ ଏହାକୁ ସ୍କୁଲ ପାଠ୍ୟକ୍ରମରେ ମଧ୍ୟ ସାମିଲ କରାଯିବ ।

ସୂଚନା ଅନୁଯାୟୀ, ୨୫ ବର୍ଷ ପୂର୍ବେ ବୋର୍ଡରେ ଏହି ବିଷୟକୁ ସାମିଲ କରାଯାଇଥିଲା । ଏହି ବିଷୟର ବିଶେଷତ୍ୱ ହେଉଛି, ସୁତ୍ର ମାଧ୍ୟମରେ ଗଣିତର କଠିନରୁ କଠିନ ଫର୍ମୁଲାକୁ ଖୁବ ସହଜରେ ସମାଧାନ କରାଯାଇ ପାରିବ । ରାଜ୍ୟ କହିବା ଅନୁସାରେ ମାଧ୍ୟମିକ ଶିକ୍ଷା ପରିଷଦର ୨୬ ହଜାରରୁ ଅଧିକ ବିଶ୍ୱବିଦ୍ୟାଳୟରେ ଏହି ଶିକ୍ଷାଦାନର ବ୍ୟବସ୍ଥା କରାଯାଉ । ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରଥମେ ସିବିଏସଇ ପାଠ୍ୟକ୍ରମ ଗ୍ରହଣ କରିଥିଲେ । ପରେ ବୈଦିକ ଗଣିତକୁ ମଧ୍ୟ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦିଆଗଲା । ୩୦ ଅଙ୍କର ପ୍ରୋଜେକ୍ଟ କାର୍ଯ୍ୟରେ ୧୦ ମାର୍କର ପ୍ରଶ୍ନ ରହିବ । ନବମ ଏବଂ ଦଶମ ଶ୍ରେଣୀର ସୂଚିପତ୍ରକୁ ବଦଳ କରାନଯାଇ ସେଥିରେ ବୈଦିକ ଗଣିତକୁ ସାମିଲ କରାଯିବା ସହ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ବିଷୟ ପାଇଁ ନୂତନ ପୁସ୍ତକ ମଧ୍ୟ ବାହାର କରାଯିବ ।