ପଦାରେ ପଡିଲା ଯୋଗୀ ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । କଡାକଡି ଚେକିଂ କାରଣରୁ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩ ଲକ୍ଷ ପରୀକ୍ଷାର୍ଥୀ

1,138

କନକ ବ୍ୟୁରୋ : କଡାକଡି ହେଲା ପରୀକ୍ଷା । ଆଉ ଚେକିଂ ଦେଖି ଅଧିକାଂଶ ପିଲା ଦେଲେନାହିଁ ପରୀକ୍ଷା । ଉତର ପ୍ରଦେଶରେ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି । ଉଭୟ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଚାଲିଛି । କିନ୍ତୁ ପ୍ରଥମ ଦିନରେ ଉଭୟ ସିଫ୍ଟରେ ମୋଟ ୩ ଲକ୍ଷ ୩୩ ହଜାର ୫୪୧ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ନକଲି ପରୀକ୍ଷାର୍ଥୀ ଏବଂ କପି ରୋକିବା ପାଇଁ ଚେକିଂ ବ୍ୟବସ୍ଥା କଡାକଡି ହୋଇଛି । ପରୀକ୍ଷା ହଲରେ ପ୍ରବେଶ ବେଳେ ପରୀକ୍ଷା ନିରୀକ୍ଷକଙ୍କ ପାଇଁ ବାରକୋଡ୍ ସହ ପରିଚୟପତ୍ର ପ୍ରଚଳନ, ସିସିଟିଭି କ୍ୟାମେରା ଓ ପୁଲିସ ସର୍ଭିଲାନ୍ସ ବ୍ୟବସ୍ଥା ହୋଇଛି । ବିଭିନ୍ନ ସ୍ତରରେ ପରୀକ୍ଷା କେନ୍ଦ୍ରଗୁଡ଼ିକର ଅନଲାଇନ୍ ମନିଟରିଂ ଆଦି ପଦକ୍ଷେପ ନିଆଯାଇଛି । ଅନେକ ସମୟରେ ପରୀକ୍ଷା କେନ୍ଦ୍ରରେ ଅନ୍ୟ ଜଣେ କେହି ପରୀକ୍ଷା ନିୟନ୍ତ୍ରକ ଭାବେ ଆସି ପିଲାଙ୍କୁ କପି କରିବାକୁ ସୁଯୋଗ ଦେବା କିମ୍ବା ଉତର ଡାକି ଦେଉଥିବାର ନଜର ରହିଛି । ଏହି ଅବ୍ୟବସ୍ଥାକୁ ରୋକିବା ପାଇଁ ପରୀକ୍ଷା ହଲରେ ବାରକୋଡ୍ ସହ ପରିଚୟପତ୍ରର ବ୍ୟବସ୍ଥା ହୋଇଛି । ଏହାବ୍ୟତୀତ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରଗୁଡ଼ିକରେ କଡ଼ା ତଦାରଖ କରାଯିବା ସହ ଭଏସ୍ ରେକର୍ଡର ଏବଂ ସିସିଟିଭି କ୍ୟାମେରା ମୁତୟନ କରାଯାଇଛି । ସମ୍ବେଦନଶୀଳ ଏବଂ ଅତ୍ୟନ୍ତ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ୟୁପି ପୋଲିସ ଉପସ୍ଥିତ ରହିଛି ।