ବିଜେପି ନେତା ଆତ୍ମାରାମ ତୋମରଙ୍କୁ ଗଳା ଚିପି ହତ୍ୟା । ଘରୁ ମିଳିଲା ଶବ

288

କନକ ବ୍ୟୁରୋ: ଉତ୍ତରପ୍ରଦେଶ ବାଗୱତ୍ ଜିଲ୍ଲାରେ ବିଜେପି ନେତାଙ୍କୁ ହତ୍ୟା ଘଟଣା ସାମ୍ନାକୁ ଆସିଛି । ବିଜେପି ନେତା ଆତ୍ମାରାମ ତୋମରଙ୍କ ମୃତଦେହ ବିଜରୌଲି ରୋଡ୍ ସ୍ଥିତ ତାଙ୍କ ବାସଭବନରୁ ମିଳିଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ତାଙ୍କ ତଣ୍ଟିକୁ ଗାମୁଛା ସାହାଯ୍ୟରେ ଚିପି ହତ୍ୟା କରାଯାଇଛି । ଏହାସହ ତାଙ୍କର ଗାଡି ମଧ୍ୟ ଗାଏବ ଥିବା ପୋଲିସ ପ୍ରାଥମିକ ତଦନ୍ତ ଆଧାରରେ କହିଛି ।

ସୂଚନା ମୁତାବକ, ସକାଳୁ ତୋମର ଙ୍କ ଡ୍ରାଇଭର ଆସି ଘର କବାଟ ବାଡେଇ ଥିଲେ ବି କେହି ଶୁଣିନଥିଲେ । ଏହାପରେ ଡ୍ରାଇଭର କବାଟ ଭାଙ୍ଗିଥିଲେ । ତମାରଙ୍କୁ ତାଙ୍କ ଶେଯ ଉପରେ ନିସ୍ତେଜ ହୋଇପଡିଥିବାର ଦେଖାଯାଇଥିଲା । ତାଙ୍କ ମୁହଁ ଉପରେ ଗାମୁଛା ପଡିଥିଲା । ସଙ୍ଗେସଙ୍ଗେ ପୋଲିସକୁ ଜଣାଇବା ସହ ସମ୍ପର୍କୀୟଙ୍କୁ ଜଣାଇଥିଲେ ।
ଆତ୍ମାରାମ ତୋମର ଛପରୌଲି ବିଧାନସଭାରୁ ନିର୍ବାଚନ ଲଢିଥିଲେ । ୧୯୯୩ରେ ବିଜେପି ପକ୍ଷରୁ ମନ୍ତ୍ରୀ ପଦରେ ଥିଲେ । ଏହାପରେ ଜନତା ବୈଦିକ କଲେଜର ପ୍ରଧାନାଚାର୍ଯ୍ୟ ଭାବେ କାର୍ଯ୍ୟ କରୁଥିଲେ ।