କନକ ବ୍ୟୁରୋ : ଲଖମୀପୁରରେ ହୋଇଥିବା ହିଂସା ମାମଲାକୁ ନେଇ ଏବେ ୟୁପି ବିଜେପିରେ କନ୍ଦଳ ଆରମ୍ଭ ହୋଇଯାଇଛି । ୟୁପି ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ରଦେବ ସିଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉପଦେଶ ଦେବା ଭଙ୍ଗିରେ କହିଛନ୍ତି କି ଗାଡି ମଡାଇ କାହାକୁ ହତ୍ୟା କରିବା ନେତାଗିରୀ ନୁହେଁ । ସ୍ୱତନ୍ତ୍ରଦେବ ସିଂଙ୍କ ଏଭଳି ବୟାନ ଏମିତି ସମୟରେ ଆସିଛି କି ଯେତେବେଳେ ଲଖମୀପୁରରେ କୃଷକ ରାଲି ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗାଡି ମଡାଇ ହତ୍ୟା କରିବା ଭଳି ଅଭିଯୋଗ ଆସିଛି ।
ରବିବାର ଦିନ ରାଜଧାନୀ ଲକ୍ଷ୍ନୌ ଠାରେ ବିଜେପି ଅଳ୍ପ ସଂଖ୍ୟକ ମୋର୍ଚ୍ଚାର ପ୍ରଦେଶ କାର୍ଯ୍ୟସମିତି ବୈଠକ ଅନୁଷ୍ଠିତ ହୋଇôଲା । ଏଥିଷର ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ରଦେବ ସିଂ ଯୋଗ ଦେଇଥିଲେ । ସେ କାର୍ଯ୍ୟକର୍ତ୍ତାମାନଙ୍କୁ ଉପଦେଶ ଦେଇ କହିଥିଲେ କି “ନେତାଗିରୀ କରିବାର ଉର୍ଦ୍ଦେଶ୍ୟ ନୁହେଁ କି କାହାକୁ ଲୁଟିବା କିମ୍ବା ଫରଚ୍ୟୁନର ଗାଡିରେ କାହାକୁ ହତ୍ୟା କରିବା,” ସେ ଆହୁରି କହିଥିଲେ କି ଆପଣଙ୍କ ବ୍ୟବହାରକୁ ନେଇ ଆପଣଙ୍କୁ ଭୋଟ ମିଳିବ ଓ ଆପଣ ଯେଉଁ ଅଞ୍ଚଳରେ ରହୁଛନ୍ତି ସେଠିକାର ଲୋକ ହିଁ ଆପଣଙ୍କ ବ୍ୟବହାରର ପ୍ରମାଣ ଦେବେ । ଯଦି ଆପଣ ଆପଣଙ୍କ ଘରୁ ଗାଡିରେ ବାହାରିବା ବେଳେ ଲୋକମାନେ ଭୟଭିତ ହୋଇ ଲୁଚୁଛନ୍ତି ତେବେ ଆପଣ କେବେ ବି ନେତା ହୋଇପାରିବେ ନାହିଁ ।
#WATCH | Lucknow: UP BJP chief Swatantra Dev Singh says, "A tea seller, born in a poor family, became a CM, the PM of the nation. He said 'Na Khaunga, Na Khane Dunga'...Being a political leader doesn't mean that you loot, it doesn't mean that you mow down anyone by Fortuner..." pic.twitter.com/yGAA9jIpTW
— ANI UP (@ANINewsUP) October 10, 2021
କହିରଖୁ କି ଏହି କାର୍ଯ୍ୟସମିତି ବୈଠକରେ ୟୁପି ବିଜେପି ପ୍ରଭାରୀ ରାଧାମୋହନ ସିଂ ବି ଉପସ୍ଥିତି ଥିଲେ ।