କନକ ବ୍ୟୁରୋ: ଉତ୍ତରପ୍ରଦେଶ ଶାହାଜାହାନପୁରରେ ବଡ ଦୁର୍ଘଟଣା ଘଟିଛି । ତିଲହର ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଟ୍ରାକ୍ଟରର ଟ୍ରଲି ନଦୀକୁ ଖସିପଡିବା ପରେ ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଟ୍ରଲିରେ ୪୦ ଜଣ ବ୍ୟକ୍ତି ବସିଥିବା ବେଳେ ଅଧିକ ସଂଖ୍ୟାରେ ମହିଳା ଏବଂ ଶିଶୁ ଉପସ୍ଥିତ ରହିଥିଲେ । ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ଥିବା ଜଣାପଡିଛି ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆହତଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତିଲହର ଅଞ୍ଚଳର ବିରସିଂହପୁର ଗାଁର ଏକ କାର୍ଯ୍ୟକ୍ରମ ରହିଥିଲା । ଗାଁର ଲୋକେ ଶନିବାର ସକାଳୁ ଟ୍ରାକ୍ଟର ଟ୍ରଲିରେ ବସି ସ୍ଥାନୀୟ ନଦୀକୁ ପାଣି ଆଣିବା ପାଇଁ ଯାଉଥିଲେ । ତେବେ ଠିକ ଏହା ପୂର୍ବରୁ ଭାରସାମ୍ୟ ହରାଇ ଟ୍ରାକ୍ଟର ନଦୀ ମଧ୍ୟକୁ ଖସିପଡିଥିଲା । ଏବେ ସୁଦ୍ଧା ୧୩ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଆହତଙ୍କ ଚିକିତ୍ସା ଜାରିରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/tra.jpg)