ରାଜନୀତିରେ ବଢୁଛି ଛାତ୍ର ଛାତ୍ରୀଙ୍କ ଭାଗିଦାରୀ । ୟୁପିରେ ୨୧ ବର୍ଷିୟ ଛାତ୍ରୀ ହେଲେ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ । ଜିଲ୍ଲପାଳ ଜଣାଇଲେ ଶୁଭେଚ୍ଛା

୨୧ ବର୍ଷିୟ ଛାତ୍ରୀ ହେଲେ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ

133

କନକ ବ୍ୟୁରୋ : ଛାତ୍ର ଜୀବନରୁ ରାଜନୀତିରେ ଭାଗନେଇ ସଫଳ ହୋଇଛନ୍ତି ୟୁପିର ଛାତ୍ରୀ ଆରତୀ ତିୱାରୀ । ୨୧ ବର୍ଷ ବୟସରେ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ଭାବେ ଶପଥ ନେଇଛନ୍ତି ଆରତୀ । ୟୁପି ବଳରାମପୁର ଜିଲ୍ଲାର ଜିଲ୍ଲାପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହାସହିତ ୟୁପିରେ ସବୁଠାରୁ କମ୍ ବୟସରେ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ଭାବେ ତାଙ୍କ ନାମ ରେକର୍ଡରେ ଜୋଡା ଯାଇଛି ।

ୟୁପିର ବଳରାମପୁର ଜିଲ୍ଲାରେ ବିଏ ତୃତୀୟ ବର୍ଷର ଛାତ୍ରୀ ଆରତୀ ତିୱାରୀଙ୍କୁ ଜିଲ୍ଲାପାଳ ସ୍ମୃତି ଶପଥପାଠ କରାଇଛନ୍ତି    । ଏହି ଅବସରରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ କେସରଗଞ୍ଜ ବିଜେପି ସାଂସଦ ବୃଜଭୂଷଣ ଶରଣ ସିଂ ମୁ୍ଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏମଏଲକେ ପିଜି କଲେଜରେ ତୃତୀୟ ବର୍ଷର ଛାତ୍ରୀ ଆରତୀ ବିଜେପି ଦଳ ପକ୍ଷରୁ ଚୌଧୁରୀଡିହି ଜିଲ୍ଲା ପଞ୍ଚାୟତ କ୍ଷେତ୍ରରେ ଆଶାୟୀ ପ୍ରାର୍ଥୀ ଭାବେ ସୁଯୋଗ ଦେଇଥିଲା । ଏହି ନିର୍ବାଚନରେ ବହୁ ଭୋଟ ବ୍ୟବଧାନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ନିର୍ବାଚିତ ହୋଇଥିଲେ ।

ଛାତ୍ର ଜୀବନରୁ ସିଧା ରାଜନୀତିରେ ପ୍ରବେଶ କରିଥିବା ଆରତୀ ସମାଜ ପ୍ରତି ଥିବା ତାଙ୍କର ଦାୟିତ୍ୱ ନିର୍ବାହ କରିବାକୁ ସଂକଳ୍ପ ନେଇଛନ୍ତି । ଏହାସହ ସେ କହିଛନ୍ତି ଦଳ ଯେଭଳି ଭାବେ ତାଙ୍କୁ ଭରଶା କରିଛି ସେ ଠିକ ସେହିଭଳି ନିଷ୍ଠା ଓ କର୍ତ୍ତବ୍ୟ ସହକାରେ କାର୍ଯ୍ୟ କରିବେ । ଏହାସହ ସଭାରେ ଉପସ୍ଥିତ ଥିବା ସାଂସଦ କହିଛନ୍ତି କି, ବିଜେପି ସରକାର ‘ସବକା ସାଥ ସବକା ବିକାଶ’ ଓ ‘ବେଟି ପଢାଓ ବେଟି ବଢାଓ’ ନାରା ବଳରାମପୁର ମାଟିରେ ଚରିତାର୍ଥ ହୋଇଛି ।