କନକ ବ୍ୟୁରୋ : ଦେଶରେ ଫେବୃଆରୀ ମାସରେ ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ଏକଜିଟପୋଲ ଉପରେ ବ୍ୟାନ ଘୋଷଣା କରିଛନ୍ତି । ଅର୍ଥାତ ଫେବୃଆରୀ ୧୦ ତାରିଖରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ କୌଣସି ସର୍ଭେ ସଂସ୍ଥା ନିଜର ଏକଜିଟ୍ ପୋଲ ରିପୋର୍ଟ ପ୍ରକାଶ କରିପାରିବେ ନାହିଁ ।

Advertisment

ଉତ୍ତର ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ଅଜୟ କୁମାର ଶୁକ୍ଳା କହିଛନ୍ତି କି, ଫେବୃଆରୀ ୧୦ ତାରିଖରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଏକଜିଟ୍ ପୋଲ ଉପରେ ପ୍ରତିବନ୍ଧକ ଲଗାଗଲା । ଏନେଇ ସର୍ଭେ ସଂସ୍ଥାମାନେ କୌଣସି ଛାପା ଗଣମାଧ୍ୟମ କିମ୍ବା ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମରେ ପ୍ରକାଶ କରିପାରିବେ ନାହିଁ । ଏହି ନିୟମ ଉଲଙ୍ଘନ କଲେ ଅପରାଧୀକ ମାମଲା ରୁଜୁ ହେବା ସହ ସଂପୃକ୍ତ ବ୍ୟକ୍ତି କିମ୍ବା ସଂସ୍ଥାର ଅଧିକାରୀଙ୍କୁ ୨ ବର୍ଷ ଜେଲ ଦଣ୍ଡ ହୋଇପାରେ ବୋଲି ଅଜୟ କୁମାର ଶୁକ୍ଳା ସୂଚନା ଦେଇଛନ୍ତି ।