୨ ଘଂଟାରେ ହଜାରେ କାର୍ଯ୍ୟକର୍ତ୍ତାଙ୍କ ସହ ଫଟୋ ଉଠାଇଲେ ପ୍ରିୟଙ୍କା ଗାନ୍ଧୀ, ଅଧରାତି ଯାଏଁ ଚାଲିଲା ଫଟୋ ସେସନ୍

104

କନକ ବ୍ୟୁରୋ : ଆଗକୁ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ସବୁ ରାଜନୈତିକ ଦଳମାନେ କ୍ଷମତା ହାତେଇବାକୁ ଅଣ୍ଟା ଭିଡିଛନ୍ତି । ଏହି କ୍ରମରେ କଂଗ୍ରେସ ବି ପଛରେ ପଡିନାହିଁ । ଉତ୍ତରପ୍ରଦେଶ ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ଏଥର କଳ, ବଳ, କୌଶଳ ଲଗାଇ କ୍ଷମତା ଦଖଲ କରିବାକୁ ଅଣ୍ଟା ଭିଡିଛନ୍ତି ।

ଏବେ ୨ ଦିନିଆ ଲକ୍ଷ୍ନୌ ଗସ୍ତରେ ଅଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏହି କ୍ରମରେ ଗତକାଲି ସେ ଦଳର ସବୁ ବିଭାଗର କର୍ମକର୍ତ୍ତାଙ୍କ ସହ ବୈଠକ କରିଥିଲେ । ବୈଠକ ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଫଟୋ ଉଠାଇ ରେକର୍ଡ କରିଛନ୍ତି ପ୍ରିୟଙ୍କା । ଅଧରାତି ଯାଏଁ ଦଳୀୟ କର୍ମୀଙ୍କ ସହ ଫଟୋ ସେସନ କରିଥିଲେ ପ୍ରିୟଙ୍କା । ଏହି ସମୟରେ କୁହା ଯାଉଛି କି ୨ ଘଂଟା ମଧ୍ୟରେ ପ୍ରିୟଙ୍କା ଗାନ୍ଧୀ ୧୦୦୦ ଫଟୋ ଉଠାଇଛନ୍ତି ।

ଏହି କ୍ରମରେ ଅନେକ ମହିଳା ସଂଗଠନ, ଯୁବ ସଂଗଠନ, ସେବା ଦଳ ଓ ଅନ୍ୟ କର୍ମକର୍ତ୍ତା ସାମିଲ ଥିଲେ । ବୈଠକକୁ ଆସିଥିବା ସମସ୍ତ କର୍ମକର୍ତ୍ତାଙ୍କ ସହ ଫଟୋ ଉଠାଇ ପ୍ରିୟଙ୍କା ସେମାନଙ୍କୁ ଖୁସି କରିବାକୁ ଚାହୁଁଥିବା ଦେଖିବାକୁ ମିଳିଥିଲା । ପ୍ରିୟଙ୍କା ଗାନ୍ଧୀ ପିସିସି କାର୍ଯ୍ୟାଳୟ ଭିତରେ ଓ ବାହାରେ ଏହି ଫଟୋ ସେସନର ଆୟୋଜନ କରିଥିଲେ । ୨ ଘଂଟା ଧରି ଏହି ଫଟୋ ଉଠାଇବା କର୍ଯ୍ୟକ୍ରମ ଚାଲିଥିଲା । ଏଥିରେ ୧ ହଜାରରୁ ଅଧିକ କର୍ମୀଙ୍କ ସହ ପ୍ରିୟଙ୍କା ଫଟୋ ଉଠାଇଥିଲେ ।

କଂଗ୍ରେସ ମହାସିଚିବ ପ୍ରିୟଙ୍କା ଗାନ୍ଧୀ ଶନିବାର ସକାଳେ ଏକ ଟ୍ୱିଟ କରି ଲେଖିଥିଲେ ଯେ, “ୟୁପି କଂଗ୍ରେସ କମିଟି କାର୍ଯ୍ୟାଳୟରେ ପ୍ରଦେଶ ନିର୍ବାଚନ ସମିତିରେ ଭାଗ ନେଉଥିବା ଲେଖିଥିଲେ । ”