ବଦଳୁଛି ରାଜନୀତିର ସମିକରଣ, ୟୁପିରେ ଅଖିଳେଶଙ୍କୁ ଭେଟିଲେ ‘ଆପ୍’ ନେତା ସଂଜୟ ସିଂ

153

କନକ ବ୍ୟୁରୋ :  ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିର ସମୀକରଣ ବଦଳିବାରେ ଲାଗିଛି । ପ୍ରଥମେ ଜୟନ୍ତ ଚୌଧୁରୀଙ୍କ ଆରଏଲଡି ଓ ସମାଜବାଦୀ ପାର୍ଟି ମେଣ୍ଟରେ ନିର୍ବାଚନ ଲଢିବା ନେଇ ନିଷ୍ପତ୍ତି ହେବା ପରେ ଆଜି ଆପ୍ ସାଂସଦ ସଂଜୟ ସିଂ ଅଖିଳେଶଙ୍କୁ ଭେଟିଛନ୍ତି । ଏହି ଭେଟପରେ ଏବେ ୟୁପି ରାଜନୀତିରେ ଝଡ ସୃଷ୍ଟି ହୋଇଛି । କୁହାଯାଉଛି କି ଖୁବଶୀଘ୍ର ଉଭୟ ଆପ୍ ଓ ସମାଜବାଦୀ ପାର୍ଟି ନିର୍ବାଚନୀ ମେଣ୍ଟ ନେଇ ଘୋଷଣା କରିପାରନ୍ତି ।

ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଆପ୍ ପ୍ରଭାରୀ ସଂଜୟ ସିଂ ବୁଧବାର ଦିନ ଲକ୍ଷ୍ନୌ ଠାରେ ଅଖିଳେଶ ଯାଦବଙ୍କୁ ଭେଟ କରିଛନ୍ତି । ଦୁଇଜଣଙ୍କ ମଧ୍ୟରେ ପାଖା ପାଖି ୧ ଘଂଟା ଧରି ଆଲୋଚନା ହୋଇଛି । ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ଅଖିଳେଶ କହିଥିଲେ କି ଏଥର ନିର୍ବାଚନରେ ସପା ଛୋଟ ଛୋଟ ଦଳମାନଙ୍କ ସହ ମେଣ୍ଟ କରିବା ନେଇ ଅଖିଳେଶ ସ୍ପଷ୍ଟ କରିଥିଲେ । ଏହି କଥାକୁ ଯଦି ନଜର କରାଯାଏ ତେବେ ଆପ୍ ଓ ସପା ମେଣ୍ଟକୁ ଅସ୍ୱୀକାର କରାଯାଇ ପାରିବ ନାହିଁ । ଏହାସହ ଦୁଇମାସ ପୂର୍ବରୁ ବି ଅଖିଳେସ ଓ ସଂଜୟ ସିଂ ପରସ୍ପରକୁ ଭେଟ କରିଥିଲେ ।