କନକ ବ୍ୟୁରୋ: ୫ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ଏଥିରୁ ଆଜିଠୁ ଆରମ୍ଭ ହୋଇଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ।ଆଜି ଏହାର ପ୍ରଥମ ପର୍ଯ୍ୟାୟ । ଏଥିରେ ୧୧ଟି ଜିଲ୍ଲାର ୫୮ଟି ଆସନରେ ମତଦାନ ହେବ । ୬୨୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

Advertisment

ସକାଳ ୭ ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିବ । କିନ୍ତୁ ଆଜି ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ମାନ୍ଦା ଗତିରେ ଚାଲିଛି । ସକାଳ ୯ଟା ଯାଏଁ ମାତ୍ର ୭.୯୩ ପ୍ରତିଶତ ଭୋଟିଂ ହୋଇଥିବା ଜଣାପଡିଛି ।

publive-image

ଆଜିି ପ୍ରଥମ ପର୍ଯ୍ୟାୟରେ ୧୧ଟି ଜିଲ୍ଲାରେ ୫୮ଟି ବିଧାନସଭା ଆସନରୁ ମତଦାନ ହେଉଛି । ଏଥିରେ ଶାମଲୀ, ହାପୁଡ, ଗୌତମବଦ୍ଧ ନଗର,ଜାଫରନଗର, ମେରଠ, ବାଗପତ୍, ଗାଜିଆବାଦ, ବୁଲନ୍ଦଶହର, ଆଲିଗଡ, ମଥୁରା ସ ଆଗ୍ରାରେ ମତଦାନ ହେଉଛି ।