କନକ ବ୍ୟୁରୋ : ପ୍ରଳୟଙ୍କରୀ ମହାବାତ୍ୟା ଫନି ପ୍ରଭାବରେ ସମଗ୍ର ଉପକୂଳ ଓଡ଼ିଶା ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି । ଏହା ଦ୍ୱାରା ହଜାର ହଜାର ପରିବାର ନିଜର ବାସଗୃହ ହରାଇ ଖୋଲା ଆକାଶ ତଳେ ରାତି ବିତାଉଛନ୍ତି । ଲକ୍ଷ ଲକ୍ଷ ଲୋକ ପିଇବା ପାଣି, ଖାଦ୍ୟ ପାଉନାହାନ୍ତି । ବିଜୁଳି, ଦୂରସଂଚାର ବ୍ୟବସ୍ଥା ଅଚଳ ହୋଇପଡିଛି । ଲାଗୁଛି ଓଡ଼ିଶା ୧୦-୧୫ ବର୍ଷ ତଳକୁ ଚାଲିଯାଇଛି ।
ଏ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଲିଫ ପାଣ୍ଠିକୁ ଦାନ କରିବାକୁ ନିବେଦନ କରିଛନ୍ତି । ଅନ୍ୟ ରାଜ୍ୟରୁ ମଧ୍ୟ ଓଡ଼ିଶାବାସୀଙ୍କ ପାଇଁ ସହାୟତାର ହାତ ଲମ୍ବିଆସିଛି । ଫନି ବାତ୍ୟା ପ୍ରଭାବିତଙ୍କ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ.ପାଲାନିସ୍ୱାମୀ ୧୦ କୋଟି ଟଙ୍କା ଲେଖାଏଁ ସାହାଯ୍ୟ ଘୋଷଣା କରିଛନ୍ତି ।
ओडिशा में चक्रवाती तूफान की वजह से जो जान-माल की क्षति हुई ,उससे मन व्यथित है। लोगों को आपातकालीन राहत के लिए 10 करोड़ रु. का सहयोग मुख्यमंत्री राहत कोष से किया गया है।
उत्तर प्रदेश की जनता और सरकार इस कठिन समय में ओडिशा के लोगों के साथ खड़े है।
अपना ख्याल रखिये, सुरक्षित रहिये।— Chowkidar Yogi Adityanath (@myogiadityanath) May 5, 2019
ଏକ ଟ୍ଵିଟ କରି ଯୋଗୀ କହିଛନ୍ତି ଯେ ଓଡ଼ିଶାରେ ସାମୁଦ୍ରିକ ବାତ୍ୟା ଯୋଗୁଁ ଯେଉଁ କ୍ଷୟକ୍ଷତି ହୋଇଛି ତାହା ଜାଣି ମନଦୁଃଖିତ ହୋଇଛି । ଏହି ଆପଦ ସମୟରେ ଉତ୍ତରପ୍ରଦେଶର ଜନତା ଓ ସରକାର ଓଡ଼ିଶା ଲୋକଙ୍କ ସହିତ ଅଛନ୍ତି । ନିଜର ଯତ୍ନ ନିଅନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।