ରାଜ୍ୟରେ ଚାଷୀଙ୍କ ଦୁର୍ଦ୍ଦଶା ବଢାଇଲା ଅଦିନିଆ ବର୍ଷା । ସୁନ୍ଦରଗଡରେ ସବୁ ସରକାରୀ, ବେସରକାରୀ ସ୍କୁଲ ବନ୍ଦ । କୋରାପୁଟରେ ଧସିଲା ପାହାଡ ।

150

କନକ ବ୍ୟୁରୋ: ବାତ୍ୟା ମିଗଜୋମ୍ ପ୍ରଭାବରେ ସମ୍ବଲପୁରରେ ବର୍ଷା ଲାଗି ରହିଛି । ଯାହା ଚାଷୀଙ୍କ ସମସ୍ୟା ବଢାଇ ଦେଇଛି । ଅଧିକାଂଶ ସ୍ଥାନରେ ଧାନ ଅମଳ ଜାରି ରହିଥିବାବେଳେ ବର୍ଷା ଚାଷୀଙ୍କ ଦୁର୍ଦ୍ଦଶା ବଢାଇ ଦେଇଛି । କେଉଁଠି ବିଲରେ ପେଟା ପଡିଛି, କିଛି ସ୍ଥାନରେ ଧାନ କଟା ସରିନାହିଁ । ଆଉ ବର୍ଷା ପାଇଁ ବିଲରେ ଧାନ ପଚିବା ସ୍ଥିତି ଦେଖା ଦେଲାଣି । ତାଲବ ଗାଁରେ ଏକର ଏକର ଧାନ ଫସଲ ବର୍ଷା ପାଣିରେ ଭିଜୁଥିବାବେଳେ ଚାଷୀ ବର୍ତମାନ ଚିନ୍ତାରେ । ବର୍ଷା ପାଇଁ ବିଲକୁ ଅମଳ ମେସିନ୍ ମଧ୍ୟ ଯାଇ ପାରୁ ନାହିଁ । ଧାନ ନକାଟିଲେ ପରବର୍ତ୍ତୀ ସମୟରେ ଏହା ଗଜା ହୋଇଯିବାର ସମ୍ଭାବନା ରହିଥିବା ଚାଷୀ ଆଶଙ୍କା ପ୍ରକାଶ କରିଛନ୍ତି ।

ବର୍ଷା ପାଇଁ ସୁନ୍ଦରଗଡରେ ସବୁ ସ୍କୁଲ ବନ୍ଦ । ଗତକାଲିଠାରୁ ଜିଲ୍ଲାରେ ବର୍ଷା ଲାଗି ରହିଛି । ଲଗାଣ ବର୍ଷାକୁ ନଜରରେ ରଖି ଜିଲ୍ଲାରେ ସମସ୍ତ ସ୍କୁଲ ଦିନକ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷାଅଧିକାରୀ ସୁନ୍ଦରଗଡରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍କୁ ଆଜି ଦିନକ ପାଇଁ ଛୁଟି ରଖିବାକୁ ଘୋଷଣା କରିଛନ୍ତି ।