କନକ ବ୍ୟୁରୋ : ଅଷ୍ଟ୍ରେଲିଆ ପଶ୍ଚିମ ଉପକୂଳରେ ଫସି ରହିଛନ୍ତି ଏକାଧିକ ହ୍ୱେଲ ମାଛ । ଅଷ୍ଟ୍ରେଲିଆର ତସ୍ମାନିଆ ପଶ୍ଚିମ ଉପକୂଳରେ ବହୁ ହ୍ୱେଲ ଫିସ୍ ଫସି ରହିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ୨୦୦ ଶହ ହ୍ୱେଲ ଫିସଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩୫ ଟି ହ୍ୱେଲ ଫିସଗୁଡ଼ିକୁ ସୁରକ୍ଷିତ ଭାବେ ସମୁଦ୍ରରେ ଛାଡ଼ିବାକୁ ଚେଷ୍ଟା ଜାରି ରହିଛି । ଏକାଥରକେ ଏତେ ମାତ୍ରାରେ ହ୍ୱେଲ ଫିସ କିପରି କୂଳକୁ ଆସିଲା ଏବେ ବି ରହସ୍ୟ ଘେରରେ ରହିଛି । ଜୀବିତ ଥିବା ହ୍ୱେଲ ଫିସକୁ ଉଦ୍ଧାର କରିବା ପାଇଁ ସମୁଦ୍ର ଜୀବ ସଂରକ୍ଷଣ ବିଶେଷଜ୍ଞ ଓ ହ୍ୱେଲ ଉଦ୍ଧାରକାରୀ ଦଳ ଜରୁରୀ ସାମଗ୍ରୀ ନେଇ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି । ତସ୍ମାନିଆ ଉପକୂଳରେ ଦେଖାଦେଇଥିବା ଏହି ଘଟଣାଟି ଅସ୍ୱାଭାବିକ ନୁହେଁ । ପୂର୍ବରୁ ମଧ୍ୟ ଅନେକ ବାର ହ୍ୱେଲ ସମୁଦ୍ର କୂଳରେ ଦେଖାଦେଇଛନ୍ତି । ୨ ବର୍ଷ ପୂର୍ବେ ସେପ୍ଟେମ୍ବର ୨୦୨୦ରେ ତସ୍ମାନିଆ ସମୁଦ୍ର କୂଳରେ ପ୍ରାୟ ୪୭୦ ଟି ହ୍ୱେଲ ମିଳିଥିଲେ । ପ୍ରାୟ ସପ୍ତାହେ ପରେ ବହୁ ଚେଷ୍ଟା ପରେ ସେମାନଙ୍କ ମଧ୍ୟରୁ ୧୧୧ଟି ହ୍ୱେଲକୁ ବଂଚାଯାଇଥିଲା । ତେବେ ବାକି ହ୍ୱେଲଙ୍କ ମୃତ୍ୟୁ ହୋଇଥିଲା ।