ବ୍ୟବହାର ହେଉନଥିବା ଦୋକାନ ଘରକୁ ନେଇ ବିଏମସିର କଠୋର ଆଭିମୁଖ୍ୟ । ମାଲିକ ପଦକ୍ଷେପ ନନେଲେ ହଟିବ ଦୋକାନ

ବ୍ୟବହାର ହେଉନଥିବା ଦୋକାନ ଘରକୁ ନେଇ ବିଏମସିର କଠୋର ଆଭିମୁଖ୍ୟ । ମାଲିକ ପଦକ୍ଷେପ ନନେଲେ ହଟିବ ଦୋକାନ

କନକ ବ୍ୟୁରୋ : ରାସ୍ତା କଡ଼ରେ ବ୍ୟବହାର ନ ହୋଇ ପଡ଼ିରହିଥିବା ଭଙ୍ଗା ଦଦରା କ୍ୟାବିନ୍, କାଠ ଷ୍ଟ୍ରକଚରକୁ ଉଠାଇ ନେବ ବିଏମସି । ରାସ୍ତା କଡ଼ରେ ରହି ଜାଗା ମାଡ଼ିବସିବା ସହ ସହରକୁ ଅସୁନ୍ଦର କରୁଛି । ପରେ ଏହା ମଦୁଆଙ୍କ ଆଡ଼ା ପାଲଟୁଛି । ଏସବୁକୁ ହଟାଇ ଏହି ପରିତ୍ୟକ୍ତ ବା ଖାଲି ଜାଗାକୁ ବିଏମସି ପ୍ଲେସ ମେକିଂ ଯୋଜନାରେ ବ୍ୟବହାରଯୋଗ୍ୟ କରିବ । ବିଏମସି ଏହି ସବୁ ପରିତ୍ୟକ୍ତ କ୍ୟାବିନରେ ନୋଟିସ୍ ଲଗାଇବା ଆରମ୍ଭ କରିଛି । ପୁରା ସହରରେ ଖୋଜି ଖୋଜି ନୋଟିସ୍ ଲଗାଇବାକୁ ଯୋଜନା କରିଛି ଭୁବନେଶ୍ୱର ମହାନଗର ନିଗମ । ନୋଟିସର ଗୋଟିଏ ସପ୍ତାହ ମଧ୍ୟରେ କ୍ୟାବିନ୍ ବା ଷ୍ଟ୍ରକ୍ଚର ସମ୍ପୃକ୍ତ ମାଲିକ ନହଟାଇଲେ ବିଏମସି ଉଠାଇ ନେବ ବୋଲି ନୋଟିସରେ ଚେତାବନୀ ଦେଇଛି । ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe