ବରଗଡ଼ ସାଲେପାଲି ଗାଁରେ ଅଭାବନୀୟ ଘଟଣା । ବରଯାତ୍ରୀଙ୍କ ସହ ନାଚିବାକୁ ମନା କରିବାକୁ କନ୍ୟା ମା’ଙ୍କୁ ହତ୍ୟା

2,166

କନକ ବ୍ୟୁରୋ : ବରଗଡ଼ ସାଲେପାଲି ଗାଁରେ ଅଭାବନୀୟ ଘଟଣା । ବରଯାତ୍ରୀଙ୍କ ସହ ନାଚିବାକୁ ମନା କରିବାରୁ କନ୍ୟା ମା’ଙ୍କୁ ହତ୍ୟା । ଗତକାଲି ରାତିରେ ବିବାହ ଅନୁଷ୍ଠିିତ ହେବାର ଥିଲା । ଏଥିପାଇଁ ଶୋଭାଯାତ୍ରା କରି ଆସୁଥିଲେ ବରଯାତ୍ରୀ । ହେଲେ କନ୍ୟା ପକ୍ଷର କିଛି ଲୋକ ସେମାନଙ୍କ ସହ ନାଚିବାକୁ ଚାହିଁଥିଲେ । କିନ୍ତୁ ବରଯାତ୍ରୀ କନ୍ୟାପକ୍ଷରୁ ଲୋକଙ୍କୁ ନାଚିବା ପାଇଁ ମନା କରିଥିଲେ ।

ଏହାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ସମୟରେ କନ୍ୟାଙ୍କ ମାଆ ଆସି ବରଯାତ୍ରୀଙ୍କ ସହ ସେମାନଙ୍କୁ ନାଚିବାକୁ ମନା କରିଥିଲେ । ଏହାକୁ ନେଇ କନ୍ୟାପକ୍ଷ ତାଙ୍କୁ ମାଡ ମାରିଥିଲେ । ଏଥିରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି କିଶୋରୀ ହଂସରାଜ । ମେଲଛାମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟା କରିଥିବା ସଂପର୍କୀୟ ଫେରାର ହୋଇଯାଇଥିବା ଜଣାପଡ଼ିଛି ।