ବିଶ୍ୱର କିଛି ଅସମାହିତ ପ୍ରଶ୍ନ, ଯାହା ଉପରୁ ପରଦା ଉଠାଇବାକୁ ବୈଜ୍ଞାନିକ ବି ଅସମର୍ଥ

163

କନକ ବ୍ୟୁରୋ : ସାରା ବିଶ୍ୱରେ ଅନେକ ରହସ୍ୟ ଏବେ ବି ଲୁଚି ରହିଛି । ଏହି ରହସ୍ୟକୁ ବୁଝିବାକୁ ଆଜି ବି ବୈଜ୍ଞାନିକମାନେ ଅସମର୍ଥ ରହିଛନ୍ତି । ଆଜି ଆମେ କିଛି ସବୁଠାରୁ ବଡ ରହସ୍ୟ ବାବଦରେ ଆପଣଙ୍କୁ କହିବୁ, ଯାହା ଉପରୁ ପରଦା ଉଠାଇବାକୁ ଆଜି ବି ବିଶ୍ୱର ବୈଜ୍ଞାନିକମାନେ ଅସମର୍ଥ ରହିଛନ୍ତି । ମହାକାଶ ସବୁବେଳେ ଲୋକମାନଙ୍କ ପାଇଁ କୌତହଳର କେନ୍ଦ୍ର ବିନ୍ଦୁ । ବିଶ୍ୱ ଏକ ରହସ୍ୟର ଗନ୍ତାଘର । ସେପଟେ ବିଜ୍ଞାନ ଯେତେ ଆଗକୁ ଯାଉଛି କିଛି ରହସ୍ୟ ଉପରୁ ପରଦା ଉଠିବାରେ ଲାଗିଛି । ହେଲେ ଏବେ ବି କିଛି ରହସ୍ୟ ରହିଛି ଯାହା ଉପରୁ ପରଦା ଉଠିପାରି ନାହିଁ ।
ବୈଜ୍ଞାନିକ ମାନଙ୍କ ମତରେ ମହାକାଶରେ ଅନେକ ଗାଲାକ୍ସି ରହିଛି । ଏହା ମଧ୍ୟରେ ସୂର୍ଯ୍ୟ, ତାରା, ଚନ୍ଦ୍ର, ପୃଥିବୀ, ଗ୍ରହ, ଉପଗ୍ରହ, ଉଲକା ଓ ବ୍ଲାକ ହୋଲ ରହିଛି । ବୈଜ୍ଞାନିକମାନେ ଗାଲାକ୍ସିରେ ଅସଂଖ୍ୟ ତାରାମଣ୍ଡଳର ସନ୍ଧାନ କରୁଛି । ଯେଉଁ ପୃଥିବୀରେ ଆମେ ରହୁଛୁ ଏହି ଗାଲାକ୍ସିର ନାମ ମିଲ୍କି ବୋଲି କୁହାଯାଉଛି । ଅନ୍ୟପଟେ ଅନୁମାନ କରାଯାଉଛି କି ଗାଲାକ୍ସରେ ପୃଥିବୀ ଭଳି ଜୀବ ସତ୍ତା ରହିଥାଇ ପାରେ । ସେଠାରେ ରହୁଥିବା ମଣିଷମାନେ ପୃଥିବୀରେ ରହୁଥିବା ମଣିଷମାନଙ୍କ ଠାରୁ ଅଧିକ ବୁଦ୍ଧିମାନ ବୋଲି ଅନୁମାନ ବି କରାଯାଉଛି । ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ୮୦୦ ରୁ ଅଧିକ ଗାଲାକ୍ସିର ସନ୍ଧାନ କରିବାରେ ସଫଳ ହୋଇଛନ୍ତି । ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି କି ମହାକାଶରେ ୧୯ ଆରବରୁ ଅଧିକ ଗାଲାକ୍ସି ରହିଥାଇପାରେ ।

ମହାକାଶରେ ବ୍ଲାକହୋଲ ସେହି ସ୍ଥାନରେ ଅବସ୍ଥିତ ଯେଉଁଠାରେ କୌଣସି ଭୌତିକ ନିୟମ କାମ କରେ ନାହିଁ । ବ୍ଲାକ ହୋଲ ବିଶ୍ୱର ଏଭଳି ଏକ ଘନବସ୍ତୁ ଯେଉଁଠି ମାଧ୍ୟାକର୍ଷଣ ଶକ୍ତି ଏତେ ଅଧିକ ଯେ ଏଠାରେ ବି ଆଲୋକ ପାରିତ ହୋଇପାରେ ନାହିଁ । ଏହାର ନିର୍ମାଣ ବିଶାଳ ତାରା ମାନଙ୍କ ମଧ୍ୟରେ ହେଉଥିବା ମହାବିସ୍ଫୋଟ କାରଣରୁ ହୋଇଥାଏ । ବିଜ୍ଞାନ ଆଗକୁ ବଢିବା ପରେ ବ୍ଲାକ ହୋଲର ଅନେକ ରହସ୍ୟ ସାମ୍ନାକୁ ଆସିଛି । ହେଲେ ଆଜି ବି ଏଥିରେ ଅନେକ ରହସ୍ୟ ରହିଛି ଯାହାକୁ ନେଇ ବୈଜ୍ଞାନିକମାନେ ଏବେ ବି ତର୍ଜମା କରୁଛନ୍ତି ।


କେବେ ପୃଥିବୀ ଭଳି ମଙ୍ଗଳ ଗ୍ରହରେ ବଡ ବଡ ସମୁଦ୍ର ଥିଲା ଓ ଜଳ ଧାରା ବି ଥିଲା । ମାତ୍ର ବୈଜ୍ଞାନିକଙ୍କ ମତରେ କୋଟି କୋଟି ବର୍ଷ ପୂର୍ବେ ମାଧ୍ୟକର୍ଷଣ ଯୋଗୁଁ ତାର ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ହୋଇଯାଇଥିଲା । ଏହି କାରଣରୁ ମଙ୍ଗଳ ଗ୍ରହର ସମସ୍ତ ପାଣି ବାସ୍ପରେ ପରିଣତ ହୋଇଥିଲା କିମ୍ବା ସେଠାରେ ଅତ୍ୟାଧିକ ଥଣ୍ଡା କାରଣରୁ ଏହା ବରଫରେ ପରିଣତ ହୋଇଯାଇଛି । ଅନ୍ୟପଟେ ଯଦି କୌଣସି ଜୀବଜଗତ ମଙ୍ଗଳ ଗ୍ରହରେ ରହିଥିବେ ସେମାନେ ପାଣି ଓ ସୂର୍ଯ୍ୟଙ୍କର କ୍ଷତିକାରଣ କିରଣ ଯୋଗୁଁ ସମାପ୍ତ ହୋଇଯାଇଥିବ । ନାସା ଦ୍ୱାରା ମଙ୍ଗଳଗ୍ରହକୁ ପଠାଯାଇଥିବା ଆର୍ବିଟରରୁ ଜଣାପଡିଛି କି କୋଟି କୋଟି ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ଜୀବନ ସର୍ତ୍ତା ଥିଲା । ମାତ୍ର ଏବେ ଏହା ଏକ ରହସ୍ୟ ।


ବ୍ରହ୍ମାଣ୍ଡର ସୀମା ନାହିଁ, ଏହା ଏକ ଅନ୍ତହୀନ । ମାତ୍ର ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ବ୍ରହ୍ମାଣ୍ଡରେ ୧୫୦ ବିଲିୟନ ଆକାଶଗଙ୍ଗାର ସନ୍ଧାନ କରିବାରେ ସମର୍ଥ ହୋଇଛନ୍ତି । ଏକ ରିସର୍ଚ୍ଚ ମୁତାବକ ଯେତୋଟି ଆକାଶଗଙ୍ଗାର ସୂଚନା ମିଳିଛି ଏହାଠାରୁ ଅଧିକ ୨୫୦ ଗୁଣା ଆକାଶଗଙ୍ଗା ବ୍ରହ୍ମାଣ୍ଡରେ ରହିଥାଇପାରେ ବୋଲି ଅନୁମାନ କରାଯାଉଛି । ଏହି ସଂଖ୍ୟା ଏତେ ଅଧିକ ଯେ ଯଦି ଆପଣ ଇଣ୍ଟରନେଟରେ ଏହାକୁ ଖୋଜିବେ ତେବେ ଇଣ୍ଟରନେଟ୍ ବ୍ରାଉଜର କ୍ରାସ କରିଯାଇପାରେ । କିଛି ବରିଷ୍ଠ ବୈଜ୍ଞାନିକଙ୍କ ମତରେ ଗୋଟିଏ ମଟର ଦାନା ଭଳି ଆମ ପାଖରେ ସୂଚନା ରହିଛି ।


ମହାକାଶର ୯୫ ପ୍ରତିଶତ କ୍ଷେତ୍ର ଡାର୍କ ମେଟର ଓ ଡାର୍କ ଏନର୍ଜି ଦ୍ୱାରା ପ୍ରସ୍ତତ ହୋଇଛି । ଅନ୍ୟପଟେ ବାକି ୫ ପ୍ରତିଶତ କ୍ଷେତ୍ର ଭୌତିକ ବସ୍ତୁ ଦ୍ୱାରା ପ୍ରସ୍ତୁତ ହୋଇଛି, ଯାହା ମଧ୍ୟରେ ଗ୍ରହ, ନକ୍ଷତ୍ର, ତାରା ସାମିଲ ଅଛନ୍ତି । ବୈଜ୍ଞାନିକମାନେ ପ୍ରମାଣ କରିଛନ୍ତି କି ଏହି ଭୌତିକ ବସ୍ତୁ ଦ୍ୱାରା ବ୍ରହ୍ମାଣ୍ଡର ଅସ୍ତିତ୍ୱ ନିର୍ମାଣ ହୋଇଛି । ଡାର୍କ ମେଟର ଏଭଳି ପଦାର୍ଥରେ ନିର୍ମାଣ ହୋଇଛି କି ଯାହା ଆଲୋକକୁ ନିରୀକ୍ଷଣ କରେ ନାହିଁ କି ପ୍ରତିଫଳିତ କରେ ନାହିଁ   । ଏହି କାରଣରୁ ଏହି ପଦାର୍ଥ ଗୁଡିକ ଉପରେ ବୈଜ୍ଞାନିକ ମାନଙ୍କର କୌଣସି ଜ୍ଞାନ ନାହିଁ ।