ସ୍କୁଲ ଘରେ ପାଣି ପସିଥିବାରୁ ଡଙ୍ଗାରେ ଚାଲିଛି ପାଠପଢା । ବନ୍ୟା ପ୍ରଭାବିତ ଅଞ୍ଚଳରୁ ଆସିଲା ବିରଳ ଦୃଶ୍ୟ ।

143

କନକ ବ୍ୟୁରୋ : ଶିକ୍ଷାଦାନର ବିରଳ ଦୃଶ୍ୟ । ବନ୍ୟା ପ୍ରଭାବିତ ଅଞ୍ଚଳରୁ ଶିକ୍ଷାଦାନର ଯେଉଁ ଦୃଶ୍ୟ ଆସିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଡଙ୍ଗା ଭିତରେ ଚାଲିଛି ପାଠପଢା । ଡଙ୍ଗାରେ ଅଛନ୍ତି ଶିକ୍ଷକ, ଛାତ୍ରଛାତ୍ରୀ । ପିଲାଙ୍କୁ ପାଠ ପଢାଇବା ପାଇଁ ଡଙ୍ଗାରେ ହ୍ୱାଇଟ ବୋର୍ଡ ମଧ୍ୟ ଲାଗିଛି । ଏଭଳି କିଛି ସ୍ଥିତିରେ ପାଠ ପଢାଇବା ପଛର କାରଣ ହେଉଛି ବନ୍ୟା ।

ଗତ କିଛି ମାସ ହେବ ବନ୍ୟା ଯୋଗୁଁ ବିହାରରେ ଅସ୍ତବ୍ୟସ୍ତ ପରିସ୍ଥିତି । ଆଉ ଏହାରି ଭିତରେ କଟିହାର ମନିହାରୀରେ ଥିବା ସ୍କୁଲ ମଧ୍ୟ ପାଣି ଘେରରେ ରହିଛି । ତେଣୁ ଶିକ୍ଷକ ପାଠପଢାଇବା ପାଇଁ ଏବେ ଏହି ଉପାୟ ଆପଣାଇଛନ୍ତି । ଯେଉଁ ପର୍ଯ୍ୟନ୍ତ ସ୍ଥିତି ସୁଧୁରିନି ସେପର୍ଯ୍ୟନ୍ତ ଡଙ୍ଗାରେ ପାଠପଢା ଜାରି ରହିବ ବୋଲି ଶିକ୍ଷକ କହିଛନ୍ତି ।