କନକ ବ୍ୟୁରୋ: ମୁମ୍ବାଇର ଶିବାଜୀ ପାର୍କରେ ଅଦିନିଆ ରଥଯାତ୍ରା । ଅସମୟରେ ରଥଯାତ୍ରା ହେଉଥିବାରୁ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଏହି ରଥଯାତ୍ରାର ପରମ୍ପରା ଶ୍ରୀମନ୍ଦିର ବିଧି ପରମ୍ପରାର ବିରୋଧି ହୋଇଥିବାରୁ ଏହାର ଆୟୋଜନକୁ ନେଇ ପ୍ରଶ୍ନ ଉଠିଛି ।
ମୁମ୍ବାଇ ଶିବାଜୀ ପାର୍କରେ ରଥଯାତ୍ରା । ଅଦିନିଆ ରଥଯାତ୍ରାକୁ ନେଇ ଘନେଇଲା ବିବାଦ । ମୁମ୍ବାଇର ଶିବାଜୀ ପାର୍କରେ ଅନୁଷ୍ଠିତ ହୋଇଛି ଅଦିନିଆ ରଥଯାତ୍ରା । ଇସକନ ପକ୍ଷରୁ ଆୟୋଜିତ ଏହି ରଥଯାତ୍ରା ସମ୍ପର୍କରେ ସୋସିଆଲ ମିଡିଆରେ କିଛି ଏହିପରି ଚିତ୍ର ଘୁରିବୁଲୁଛି । ଯେଉଁଥିରେ ରଥ ଯାତ୍ରା କିପରି ପାଳନ କରାଯାଉଛି, କଣ ରହିଛି ରୀତିନୀତି ସେ ସମ୍ପର୍କରେ ଉଲ୍ଲେଖ ରହିଛି । ତେବେ ଏସବୁ ରୀତିନୀତି, ଶ୍ରୀମନ୍ଦିର ବିଧି ପରମ୍ପରାର ବିରୋଧି ହୋଇଥିବାରୁ ଏହି ଅଦିନିଆ ରଥଯାତ୍ରାକୁ ନେଇ ବିବାଦ ମୁଣ୍ଡ ଟେକିଛି । ପ୍ରଶ୍ନ ଉଠିଛି, ଅସମୟରେ ରଥଯାତ୍ରା କେତେ ଯଥାର୍ଥ ।
ଅସମୟରେ ରଥଯାତ୍ରା କରୁଥିବା କୌଣସି ସଂସ୍ଥା ବିରୋଧରେ ଅଭିଯୋଗ ଆସିଲେ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ପ୍ରସ୍ତାବ ରହିଥିଲା । ପରିଚାଳନା କମିଟି ବୈଠକରେ ମଧ୍ୟ ଜାରି ହୋଇଥିଲା କଟକଣା । ଏହି ଅଦିନିଆ ରଥଯାତ୍ରା ମହାପ୍ରଭୁଙ୍କ ପ୍ରତି ଅସମ୍ମାନ ହୋଇଥିବାରୁ ଆୟୋଜକଙ୍କ ବିରୋଧରେ କଡା ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।
ଗତବର୍ଷ ପଞ୍ଜାବରେ ମଧ୍ୟ ଅଦିନିଆ ରଥଯାତ୍ରା ପାଇଁ ପ୍ରସ୍ତୁତି ହୋଇଥିଲା । ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏନେଇ ବିଧାନସଭାରେ କଥା ଉଠାଇଥିଲେ । ଗୋଟିଏ ସମୟରେ ଗୋଟିଏ ଦିନରେ ସବୁସ୍ଥାନରେ ରଥଯାତ୍ରା ହେଉ ବୋଲି କହିଥିଲେ । ପରେ ପୁରୀ ସିଂହଦ୍ୱାର ଥାନାରେ ଏନେଇ ଅଭିଯୋଗ ପରେ ସମ୍ପୃକ୍ତ ସଂସ୍ଥା ଅଦିନିଆ ରଥଯାତ୍ରାରୁ ଓହରିଥିଲା । ଏବେ ଶିବାଜୀ ପାର୍କରେ ରଥଯାତ୍ରା ପୁଣିଥରେ ନୂଆ ବିବାଦ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/vlcsnap-2020-01-31-07h53m38s525.png)
/kanak/media/post_attachments/wp-content/uploads/2020/01/images-4-1.jpg)
/kanak/media/post_attachments/wp-content/uploads/2020/01/vlcsnap-2020-01-31-07h53m29s935.png)
/kanak/media/post_attachments/wp-content/uploads/2020/01/images-5-3.jpg)