ଦୁଃଖ ବଢ଼ାଇଲା ଅଦିନିଆ ବର୍ଷା : ନଷ୍ଟ ହେଲା ହଜାର ହଜାର ଏକର ଜମିର ଫସଲ

ଖଲ୍ଲିକୋଟ ବଡ଼ରାମପଲ୍ଲୀ ଗାଁରେ ବର୍ଷା ଯୋଗୁଁ ବନ୍ୟା ସ୍ଥିତି; କ୍ଷୟକ୍ଷତି ଅର୍ଥ ନୁହେଁ ସ୍ଥାୟୀ ସମାଧାନ ଦାବି କଲେ ସ୍ଥାନୀୟ ଲୋକେ

104

କନକ ବ୍ୟୁରୋ : ଚିନ୍ତା ବଢ଼ାଇଛି ଅଦିନିଆ ବର୍ଷା । ଉଜାଡ଼ି ଦେଲା ବର୍ଷକର ଆହାର । ଏ ଦୃଶ୍ୟ ହେଉଛି ଲଘୁଚାପଜନିତ ବର୍ଷା ଛାଡିଯିବା ୪ଦିନ ପରର । ଖଲ୍ଲିକୋଟ ବ୍ଲକ କୋମଣ୍ଡ ପଂଚାୟତ ବଡରାମପଲ୍ଲୀ ଗାଁରେ ଅଦିନିଆ ବର୍ଷାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଖରଖରି ନାଳର ଚଉଡା ଓ ଗଭୀରତା କମ ଥିବାବେଳେ ଏହି ନାଳ ବିଳାସପୁର ରାସ୍ତା ଦେଇ ଯାଇଛି ।

ରାସ୍ତାରେ କୌଣସି କଲର୍ଭଟ ନଥିବାରୁ ସାମାନ୍ୟ ବର୍ଷାରେ ଏଠାରେ ବନ୍ୟା ସ୍ଥିତି ପ୍ରତିବର୍ଷ ସୃଷ୍ଟି ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବନ୍ୟାସ୍ଥିତି ସୃଷ୍ଟି ହେବା ଦ୍ୱାରା ପ୍ରତିବର୍ଷ ବଡରାମପଲ୍ଲୀ ଗ୍ରାମଠାରୁ ବିଳାସପୁର ମଧ୍ୟରେ ଥିବା ହଜାର ହଜାର ଏକର ଚାଷ ଜମି ନଷ୍ଟ ହେଉଛି । ଏବର୍ଷ ମଧ୍ୟ ଅଦିନିଆ ବର୍ଷା ଏହି ଗାଁର ଚାଷୀମାନଙ୍କ ବର୍ଷକର ଅମଳ ନଷ୍ଟ କରିଦେଇଛି । କ୍ଷୟକ୍ଷତି ଅର୍ଥ ନୁହେଁ ସ୍ଥାୟୀ ସମାଧାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।