କନକ ବ୍ୟୁରୋ : ଡିଜସିଏର କ୍ଲିନଚିଟ୍ ପରେ ଖୋଲିଲା ବୈଜୟନ୍ତଙ୍କ ହେଲିକପ୍ଟର ହ୍ୟାଙ୍ଗର । ଦୀର୍ଘ ୪୨ ଦିନ ପରେ ଇମ୍ଫାର ସିଲ ହୋଇଥିବା ହ୍ୟାଙ୍ଗର ଖୋଲିଛି ପୁରୀ ପୋଲିସ । ଜଣେ ଏସଡିପିଓ ଓ ମେରାଇନ ଥାନା ପୋଲିସ ଆଇଆଇସିଙ୍କ ଉପସ୍ଥିତିରେ ଖୋଲାଯାଇଛି ହ୍ୟାଙ୍ଗର । ତେବେ ହ୍ୟାଙ୍ଗରରେ ଥିବା ୩ଟି ହେଲିକପ୍ଟର ମଧ୍ୟରୁ ଗୋଟିଏକୁ ପୁଣି ସିଲ କରିଛି ପୋଲିସ ।
ଚିଲିକା ଉପରେ ବୈଜୟନ୍ତଙ୍କ ବେଆଇନ ହେଲିକପ୍ଟର ଉଡାଣ ଅଭିଯୋଗରେ ଗତ ସେପ୍ଟେମ୍ବର ୧୭ରେ ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ଇମ୍ଫା ହ୍ୟାଙ୍ଗରକୁ ସିଲ୍ କରିଥିଲା ପୁରୀ ପୋଲିସ । ଏପରିକି ଏହି ଘଟଣାର ଯାଞ୍ଚ କରିବା ସହ ଏହା ଚିଲିକା ଉପରେ ବେଆଇନ ଭାବେ ଉଡିଥିଲା କି ନାହିଁ ତାହାର ରିପୋର୍ଟ ଡିଜିସିଏକୁ ମାଗିଥିଲା ପୁରୀ ପୋଲିସ ।
ଏହି ଘଟଣାର ଯାଞ୍ଚ ପରେ ଅକ୍ଟୋବର ୨୫ ତାରିଖରେ ଡିଜିସିଏ ରିପୋର୍ଟ ଦେଇଥିଲେ । ଯେଉଁଥିରେ ବୈଜୟନ୍ତଙ୍କ ହେଲିକପ୍ଟରକୁ କ୍ଲିନଚିଟ ଦିଆଯାଇଥିଲା । ଉଡାଣ ଦିନ ହେଲିକପ୍ଟରଟି ଡିଜସିଏର କୌଣସି ନିୟମ ଭାଙ୍ଗିନଥିବା ଉଲ୍ଲେଖ ରହିଥିଲା । ଆଉ ଏହି ରିପୋର୍ଟ ଆସିବା ପରେ ଆଜି ହ୍ୟାଙ୍ଗର ଖୋଲିଛି ପୋଲିସ । ତେବେ ଅଭିଯୋଗ ଆସିଥିବା ହେଲିକପ୍ଟରଟି କେତେ ଉଚ୍ଚରେ ଉଡିଥିଲା ସେନେଇ ତଥ୍ୟ ମାଗିବା ସହ ପୁଣିଥରେ ସିଲ୍ କରିଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/10/BAIJYANTA_00000.png)