କନକ ବ୍ୟୁରୋ : ଅସୁରକ୍ଷିତ ଖାଦ୍ୟ ନେଉଛି ଜୀବନ । ଅସୁରକ୍ଷିତ ଖାଦ୍ୟ ଖାଇ ବର୍ଷକୁ ୪ ଲକ୍ଷ ୨୦ ହଜାର ଲୋକେ ପ୍ରାଣ ହରାଉଛନ୍ତି । ଏଥିସହ ୬୦ କୋଟିରୁ ଅଧିକ ଲୋକେ ଏଭଳି ଖାଦ୍ୟ ଖାଇ ସଂକ୍ରମିତ ହେଉଛନ୍ତି । ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତୁପକ୍ଷ ଏଫଏସଏସଏଆଇ ପକ୍ଷରୁ ଗରୁବାର ଏନେଇ ରିପୋର୍ଟ ପ୍ରକାଶ କରଯାଇଛି ।

Advertisment

ଏଫଏସଏସଏଆଇ ପକ୍ଷରୁ ଆୟୋଜିତ ପ୍ରଥମ ଆନ୍ତର୍ଜାତୀୟ ଖାଦ୍ୟ ନିୟାମକମାନଙ୍କ ସମ୍ମିଳନୀ ୨୦୨୩ରେ ଉଦବୋଧନ ଦେଇ ଏସମ୍ପର୍କରେ ସୂଚନା ଦେଇଛନ୍ତି ସଂସ୍ଥ୍ୟାର ମୁଖ୍ୟ କମଳା ବର୍ଦ୍ଧନ ରାଓ । ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ନିରାପଦ ଖାଦ୍ୟ ଓ ଉତମ ସ୍ୱାସ୍ଥ୍ୟ ପରସ୍ପରର ପରିପୂରକ । ସନ୍ତୁଳିତ, ନିରାପଦ ଏବଂ ପୃଷ୍ଟିକର ଖାଦ୍ୟ ଶରୀରରେ ରୋଗ ହେବାକୁ ଦିଏ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ କହିଛନ୍ତି, ପ୍ରତ୍ୟେକ ସ୍ଥାନର ପ୍ରତ୍ୟେକ ବ୍ୟକ୍ତି ଯେପରି ନିରାପଦ ଓ ପୃଷ୍ଟିକର ଖାଦ୍ୟ ଖାଇବାର ସୁବିଧା ପାଇବ ସେନେଇ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ । ଏକ ମେଡିକାଲ ଜର୍ଣ୍ଣାଲ ରିପୋର୍ଟ ଅନୁସାରେ ଅପମିିଶ୍ରିତ ଜଳ ଓ ଖାଦ୍ୟ ପାଇଁ ପ୍ରତିବର୍ଷ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ମୁତାବକ, ଭାରତରେ ୧୩ ଦଶମିକ ୨ ପ୍ରତିଶତ ପରିବାରରେ ବିପଜ୍ଜନକ ଭାବେ ଖାଦ୍ୟ ପ୍ରସ୍ତୁତ କରାଯାଉଛି ।