ପାଣିରେ ପଡିଲା ପଚାଶ କୋଟି ! ସେତୁ ନିର୍ମାଣ ନସରୁଣୁ ଭୁଷୁଡି ପଡିବାକୁ ବସିଛି ବସ୍ତା ବାଲିଆପାଳର ପେଜଗଳା ବ୍ରିଜ

ପାଣିରେ ପଡିଲା ପଚାଶ କୋଟି ! ସେତୁ ନିର୍ମାଣ ନସରୁଣୁ ଭୁଷୁଡି ପଡିବାକୁ ବସିଛି ବସ୍ତା ବାଲିଆପାଳର ପେଜଗଳା ବ୍ରିଜ

କନକ ବ୍ୟୁରୋ: ପାଣିରେ ପଡିବାକୁ ଯାଉଛି ୫୦ କୋଟିର ପ୍ରକଳ୍ପ । ସେତୁ ନିର୍ମାଣ କାମ ନସରୁଣୁ ଭୁଶୁଡିବା ପରିସ୍ଥିତିରେ ବସ୍ତା-ବାଲିଆପାଳର ପେଜଗଳା ବ୍ରିଜ । ସାମାନ୍ୟ ବର୍ଷା ହେଲେ ବସ୍ତା ବ୍ଲକ କୋଡିଆରେ ପେଜଗଳା ଚଟାଣରେ ୩ରୁ ୪ଫୁଟର ବନ୍ୟା ଜଳ ପ୍ରବାହିତ ହେଉଥିବାର ଦେଖିବାକୁ ମିଳୁଥିବା ବେଳେ ଫଳରେ ବସ୍ତା-ବାଲିଆପାଳ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଚିନ୍ନ ହୋଇଯାଇଛି । ତେବେ ଦୀର୍ଘ ବର୍ଷର ଦାବି ପରେ ୨୦୧୭ରେ ୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ନାବାର୍ଡ ସହାୟତାରେ ଏଠାରେ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲା । କିନ୍ତୁ ୩ ବର୍ଷ ଭିତରେ ସେତୁ ୭୦ ପ୍ରତିଶତ କାମ ନସରୁଣୁ ସେତୁଟି ଦବିଯିବା ସହ ବିଭିନ୍ନ ସ୍ଥାନରେ ବଡ ବଡ ଖାଲ ସୃଷ୍ଟି ହୋଇଛି । ନିମ୍ନ ମାନର କାମ ଯୋଗୁ ସେତୁଟି କେଉଁ ମୁହୂର୍ତ୍ତରେ ଯେ ଭୁଶୁଡିପଡିବ ତାହା କହି ହେବ ନାହିଁ । ଫଳରେ ଲୋକଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଛି ।

publive-image

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ କୋଡିଆ ଠାରେ ରହିଛି ପେଜଗଳା ଚଟାଣ,ଯାହା ବସ୍ତା-ବାଲିଆପାଳ ବାସୀଙ୍କ ଦୁଃଖର କାରଣ,ସାମାନ୍ୟ ବର୍ଷା ହେଲେ ଏହି ଚଟାଣରେ ୩ ରୁ ୪ ଫୁଟ ଉପରେ ବନ୍ୟା ଜଳ ପ୍ରବାହିତ ହୋଇଥାଏ,ଏବଂ ବସ୍ତା-ବାଲିଆପାଳ ସମ୍ପୁର୍ଣ୍ଣ ଯୋଗାଯୋଗ ବିଛିନ୍ନ ହୋଇଥାଏ,ତେଣୁ ଏହି ଚଟାଣ ଉପରେ ଏକ ଉଡନ୍ତା ପୋଲ ନିର୍ମାଣ କରିବା ପାଇଁ ଦିର୍ଘ ୭୩ ବର୍ଷ ଧରି ବସ୍ତା ଏବଂ ବାଲିଆପାଳର ଜନସାଧାରଣ ମାନେ ଦାବି କରିଆସୁଥିଲେ,ତେବେ ଜନସାଧାରଣଙ୍କ ଏହି ଦାବି ୨୦୧୭ ମସିହାରେ ବାସ୍ତବ ରୁପ ନେଇଥିଲା,୫୦କୋଟି ଟଙ୍କା ବ୍ୟୟ ଅଟଳଳ ମୁଲ୍ୟରେ ନାବାର୍ଡ ସହାୟତାରେ ଏକ ଉଡନ୍ତା ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା,ସେତୁ ନିର୍ମାଣ ଦଖେି ଖୁସିରେ ଫାଟି ପଡିଥିଲେ ଅଞ୍ଚଳ ବାସୀ,ତେବେ ସେତୁ ନିର୍ମାଣ ନସରୁଣୁ ବିଭିନ୍ନ ସ୍ଥାନରେ ଦବିଯିବା ସହ ଫାଟ ଆଉ ବଡବଡ ଖାଲ ହୋଇ ଭୁଷୁଡିବା ପରିସ୍ଥିତି ସୃଷ୍ଟି ହୋଇଛି,କେତେବେଳେ କେଉଁ ମୁହୁର୍ତ୍ତରେ ଭୁଷୁଡି ପଡିବ ତାହା କହିହେବ ନାହିଁ ।

publive-image

ପେଜଗଳା ଚଟାଣ ଉପରେ ଉଡନ୍ତା ପୋଲ ନିର୍ମାଣ ପାଇଁ ଓଡିଶା ସରକାରଙ୍କ ପୁର୍ତ୍ତ ବିଭାଗ ନାବାର୍ଡ ସହାୟତାରେ ୪୯କୋଟି ୪୫ଲକ୍ଷ ଟଙ୍କା ଅଟଳଳରେ ସେତୁ ନିର୍ମାଣ ଆରମ୍ଭ କରିଥିଲା,ଯେଉଁଥିରେ ୧୫୭୮ ମିଟର ବିଶିଷ୍ଟ ୫ଟି ଉଡନ୍ତା ପୋଲ ଏବଂ ୧୫୬୦ ମିଟର ସଂଯୋଗି କରଣ ରାସ୍ତା ନିର୍ମାଣ ପାଇଁ ବ୍ୟୟବରାଦ ହୋଇଥିଲା, ଏହି ପୋଲର ନିର୍ନାଣ ଦୟୀତ୍ୱ ଯାଯପୁରର ଆଶିର୍ବାଦ କଷ୍ଟ୍ରକସନ କମ୍ପାନିକୁ ହସ୍ତାନ୍ତର କରିଥିଲା ପୁର୍ତ୍ତ ବିଭାଗ,ନିର୍ମାଣ କାର୍ଯ୍ୟ ୧୧,୦୫.୨୦୧୭ ରେ ଆରମ୍ଭ ହୋଇ ୧୦,୧୧.୨୦୧୮ ମସିହାରେ ଶେଷ କରିବା ପାଇଁ ଚୁକ୍ତି ନାମା ମଧ୍ୟ ହୋଇଥିଲା ,ମାତ୍ର ଅଦ୍ୟାବଧି ସେତୁ ନିର୍ମାଣ ୭୦ ଭାଗ ହୋଇ ନଥିବା ବେଳେ ପୋଲଟି ଭୁଷୁଡିବା ପରିସ୍ଥିତି ଷୃଷ୍ଟି ହେଲାଣି,ଯାହା ଅଞ୍ଚଳ ବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନକୁ ମାଟିରେ ମିସାଇ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe