କନକ ବ୍ୟୁରୋ: ନବରଙ୍ଗପୁରରେ ଅଘଟଣ । କୂଅ ସଫା କରିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ । ଜଣେ ଗୁରୁତରଙ୍କୁ ଚିକିତ୍ସା ପାଇଁ ହାଟଭରାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି । ରାଇଘର ବ୍ଲକ ହାଟଭରାଣ୍ଡି ପଂଚାୟତର ସୋନାରପାରା ଗାଁରେ କୂଅ ସଫା କରିବାକୁ କୁଅ ଭିତରେ ପଶିଥିଲେ ଶ୍ରମିକ ।
ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ହେଲେ ହେମରାଜ ହାଲୱା ଓ ଅନୁପ କେଉଟ । ରାଜୁ କେଉଟ ନାମକ ଶ୍ରମିକ ଆହତ ହୋଇ ଚିକିତ୍ସାପାଇଁ ଡ଼ାକ୍ତରଖାନାରେ ଭର୍ତି ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/Dead-Body-Of-Man-Motorcycle-Recovered-From-Well-In-Angul.jpg)