କୋରାପୁଟରେ ଅଘଟଣ । ପୋଖରୀରେ ବୁଡି ୩ ନାବାଳିକାଙ୍କ ଗଲା ଜୀବନ

126

କନକ ବ୍ୟୁରୋ : କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ୍ ଅନ୍ତର୍ଗତ ଦେବଗଞ୍ଜରେ ଗାଁରେ ଅଘଟଣ ଘଟିଥିବା ଜଣାଯାଇଛି। ପୋଖରୀରେ ବୁଡ଼ି ୩ ନାବାଳିକାଙ୍କର ମୃତ୍ୟୁ ହୋଇଛି। ଏହି ୩ ଜଣଙ୍କ ମଧ୍ୟରୁ ଜଣଙ୍କ ବୟସ ୯ ଆଉ ଦୁଇଜଣଙ୍କ ବୟସ ୮ ବୋଲି ସୂଚନା ମିଳିଛି। ଗତକାଲି ଏମାନେ ଘରୁ ପିଜୁଳି ଖାଇବାକୁ ଯାଇଥିଲେ ଓ ଘରକୁ ଫେରି ନ ଥିଲେ। ଘରକୁ ନ ଫେରିବାରୁ ପରିବାର ଲୋକେ ନନ୍ଦପୁର ଥାନାରେ ଏତଲା ଦେଇଥିଲେ।

ଘରରୁ ୧ କିଲୋମିଟର ଦୂରରେ ଥିବା ଏକ ପୋଖରୀରେ ଚପଲ ଭାସୁଥିବା ଦେଖି ଅଗ୍ନିଶମ ବିଭାଗର କର୍ମଚାରୀ ୩ ଜଣଙ୍କ ମୃତ ଦେହ ଉଦ୍ଧାର କରିଥିଲେ।