କନକ ବ୍ୟୁରୋ : ଏଲଏସିରେ ଭାରତ ଓ ଚୀନ୍ ଉତ୍ତେଜନା ଭିତରେ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡା ସନ୍ଦେଶ । ଲଦାଖରେ ସେନା ବଡ ଧରଣର ପ୍ରସ୍ତୁତି କରିଥିବା କହିଛନ୍ତି ରାଜନାଥ ସିଂ । ଭାରତୀୟ ସେନା ପିଏଲଏ ସହ ଦୃଢତାର ଲଢି ତାଙ୍କୁ ପଛଘୁଂଚା ଦେବାକୁ ବାଧ୍ୟ କରିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ତେବେ ହିମାଳୟ ସୀମାନ୍ତରେ ପ୍ରତିପକ୍ଷର ଏକପାଖିଆ ଆକ୍ମମଣାତ୍ମକ ଭଙ୍ଗୀ ହେଉଛି ପରିବର୍ତନଶୀଳ ବିଶ୍ୱ ଓ ରାଜିନାମା ଗୁଡିକୁ କିପରି ଚ୍ୟାଲେଂଜ କରାଯାଉଛି ତାର ଏକ ନମୂନା ବୋଲି କହିଛନ୍ତି ରାଜନାଥ ।
ବଦଳୁଛି ବିଶ୍ୱ ବଦଳୁଛି ମାନସିକତା । ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନରୁ ମିଳିଲା ସଙ୍କେତ । ଲଦାଖ ଠାରେ ବେଜିଂର ଏକପାଖିଆ ଆକ୍ରମଣାତ୍ମକ ଭଙ୍ଗୀ ପରିବର୍ତନଶୀଳ ବିଶ୍ୱର ଏକ ନମୂନା । ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିରେ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ଦୀର୍ଘ ମାସର ଉତ୍ତେଜନା ନେଇ ପ୍ରତିକ୍ରିୟା ରଖି ଏପରି କହିଛନ୍ତି ରାଜନାଥ । ହିମାଳୟ ସୀମାନ୍ତରେ ପ୍ରତିପକ୍ଷର ଏକପାଖିଆ ଆକ୍ମମଣାତ୍ମକ ଭଙ୍ଗୀ ହେଉଛି ପରିବର୍ତନଶୀଳ ବିଶ୍ୱ ଓ ରାଜିନାମା ଗୁଡିକୁ କିପରି ଚ୍ୟାଲେଞ୍ଜ କରାଯାଉଛି ତାର ଏକ ନମୂନା । କେବଳ ହିମାଳୟ ନୁହେଁ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ମଧ୍ୟ ସମାନ କଥା ଦେଖିବାକୁ ମିଳିଥିବା କହିଛନ୍ତି ରାଜନାଥ ।
ସୀମାରେ ସଜାଗ ସେନା, ଏଲଏସିରେ ବଡ ଧରଣର ପ୍ରସ୍ତୁତି । ଚୀନ୍ ସହ ଉତ୍ତେଜନା ଭିତରେ ପ୍ରତିରକ୍ଷା ମନ୍ତ୍ରୀ ବେଜିଂକୁ କଡା ସନ୍ଦେଶ ଦେଇଛନ୍ତି । ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ବଡ ଧରଣର ପ୍ରସ୍ତୁତି କରିଛି ସେନା । ଏବଂ ଚୀନ୍ ସେନା ସହ ଦୃଢତାର ଲଢି ତାଙ୍କୁ ପଛଘୁଂଚା ଦେବାକୁ ବାଧ୍ୟ କରିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ସେପଟେ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ମଧ୍ୟ ଚେତାବନୀ ଦେଇ କହିଛନ୍ତି ଯେ ଚୀନ୍ ସହ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛି ଭାରତ ।
ପାକିସ୍ତାନକୁ ମଧ୍ୟ ଟାର୍ଗେଟ କରିଛନ୍ତି ରାଜନାଥ । ଭାରତ ସୀମାପାର ଆତଙ୍କବାଦର ଶିକାର ହୋଇଛି ଏବଂ ଏକାକି ଏହାର ମୁକାବିଲା କରିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଗତ ମେ’ ମାସଠାରୁ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ସମାଧାନ ପାଇଁ ବିଭିନ୍ନ ପର୍ଯ୍ୟାୟରେ ବୈଠକ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉତ୍ତେଜନା ଲାଗିରହିଛି ।