ଜିଓର ମାଗଣା ସେବାର ଆଜି ଶେଷ ଦିନ ! ଭାଇରାଲ୍ ହେଉଛି ସୋସିଆଲ ମିଡିଆରେ ମଜାଦାର ପୋଷ୍ଟ୍

44

ଗତ ୬ମାସ ହେବ ହେବ ଉପଭୋକ୍ତାଙ୍କୁ ମାଗଣା ସେବା ଦେଉଥିବା ଜିଓର ଆଜି ହେଉଛି ଶେଷ ଦିନ । ଅର୍ଥାତ୍ କେବଳ ଆଜି ହିଁ ଆପଣ ଏହାର ପୁରା ଲାଭ ଉଠାଇପାରିବେ । କାଲିଠାରୁ ରିଚାର୍ଜ କରିବାକୁ ପଡିବ । ପ୍ରାୟ ୧୦୦ ମିଲିୟନ୍ ଲୋକ ଜିଓ ବ୍ୟବହାର କରୁଥିବା ବେଳେ ମାତ୍ର ୫୦ ପ୍ରତିଶତ ଲୋକ ୯୯ଟଙ୍କା ରିଚାର୍ଜ କରି ପ୍ରାଇମ୍ ମେମ୍ବର୍ ହୋଇଛନ୍ତି । ତେବେ ଏହାକୁ ନେଇ ସୋସିଆଲ୍ ମିଡିଆରେ ଅନେକ ମଜାଦାର କମେଂଟ୍ ଦେଖିବାକୁ ମିଳିଛି । ଉପଭୋକ୍ତା ଲଗାତାର ଭାବରେ ଟୁଇଟର୍ ଏବଂ ଫେସବୁକରେ ଏନେଇ ମଜାଦାର ପୋଷ୍ଟ କରିବାରେ ଲାଗିଛନ୍ତି । ଏବେ ନଜର ପକାନ୍ତୁ କିିଛି ପୋଷ୍ଟ ଉପରେ ।

ଟୁଇଟର ପୋଷ୍ଟ :

Capture3ଜଣେ ଉପଭୋକ୍ତା ଲେଖିଛନ୍ତି ‘ଯଦି ଆପଣ ଭାବୁଥାନ୍ତି ଯେ ଲୋକମାନେ କେବଳ ଆପଣଙ୍କୁ ବ୍ୟବହାର କରି ଛାଡି ଦିଅନ୍ତି ତେବେ ଟିକେ ଜିଓ କଥା ଭାବନ୍ତୁ ଆପଣଙ୍କୁ ଭଲ ଅନୁଭବ ହେବ’ ।

ସେହିପରି ଆଉ ଜଣେ ଉପଭୋକ୍ତା ଅଭିନେତ୍ରୀ କାଜୋଲଙ୍କ କାନ୍ଦୁଥିବା ଫଟୋ ସହ ପୋଷ୍ଟ କରିଛନ୍ତି ‘ ମୁକେଶ ଭାଇଙ୍କ ଅବସ୍ଥା ଠିକ୍ ଏମିତି ହୋଇଥିବା ଯେବେ ଜାଣିଥିବେ ଖୁବ୍ କମ୍ ଲୋକ ଜିଓର ପ୍ରାଇମ୍ ମେମ୍ବର ହୋଇଛନ୍ତି’ ।

Captureସେହିପରି କୁନାଲ୍ ସୋଲଙ୍କି ପୋଷ୍ଟ କରିଛନ୍ତି ଜିଓର ପ୍ରାଇମ୍ ମେମ୍ବରସିପର ଅବସ୍ଥା ଦେଖି ଲାଗୁଛି ଅମ୍ବାନୀ ସାର୍ ‘ଅଛା ସିଲା ଦିଆ ତୁନେ ମେରେ ପ୍ୟାର କା’ ଗୀତ ବୋଲୁଥିବେ ।

Capture6ସେହିପରି ଆଉଜଣେ ଲେଖିଛନ୍ତି ଭାବନ୍ତୁ ଜୀବନ ଜାକ ସବୁକିଛି ମାଗଣା ଦେବା ପରେ ଯଦି ବାପା ମା’ ଟଙ୍କା ମାଗନ୍ତି ତେବେ କେମିତି ଲାଗିବ । ଜିଓ କ୍ଷେତ୍ରରେ ଠିକ୍ ସେମିତି ଅନୁଭବ ହେଉଛି ।

ସେହିପରି ଆଉ ଜଣେ ଲେଖିଛନ୍ତି ୩୧ ମାର୍ଚ୍ଚ ପରେ ଅଧା ସଂପର୍କ ଭାଙ୍ଗିଯିବ  ।

ଫେସବୁକ୍ ପୋଷ୍ଟ : 

17577666_1284106678374595_319276493_n
Photo Courtesy : Utkal Gourab on facebook/Dharitri