କନକ ବ୍ୟୁରୋ : ଅଘୋଷିତ ବିଜୁଳି କାଟକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି । ଏହାକୁ ନେଇ ଲୋକଙ୍କ ମଧ୍ୟ ଅସନ୍ତୋଷ ବି ଦେଖାଦେଲାଣି । ଅଘୋଷିତ ବିଜୁଳି କାଟ ଯୋଗୁଁ ମୟୂରଭଂଜ ଜିଲ୍ଲାର କୁଳିଅଣା ବ୍ଲକ ଅଞ୍ଚଳରେ ତେଜିଲା ଜନ ଅସନ୍ତୋଷ । ବାରମ୍ବାର ପାୱାର କଟ୍ ଯୋଗୁଁ ଅତିଷ୍ଠ ହୋଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଅଞ୍ଚଳବାସୀ ।

Advertisment

କୁଳିଅଣା ବ୍ଲକ ପାରୁଳିଆ ଫିଡରରେ ଗତ ତିନିଦିନ ହେଲା ବିଦ୍ୟୁତ ସରବରାହ ବନ୍ଦ ରହିଥିବା ବେଳେ କୁଳିଅଣା ଓ ଚାନ୍ଦୁଆ ଫିଡରରେ ମଧ୍ୟ ଦିନ ୩ଟାରୁ ବିଜୁଳି ଯୋଗାଣ ବନ୍ଦ କରିଥିବା ଅଭିଯୋଗ ହୋଇଛି । ଫଳରେ ଅନେକ ଗାଁ ଏବେ ଅନ୍ଧାରରେ ରହିଛି । ଅସହ୍ୟ ଗୁଳିଗୁଳିକୁ ସହ୍ୟ କରିନପାରି ୨ ଘଂଟାରୁ ଅଧିକ ସମୟ ଧରି ବାଲିମୁଣ୍ଡୁଳି ଠାରେ ୧୮ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ବିକ୍ଷୋଭ କରିଥିଲେ ଅଞ୍ଚଳବାସୀ ।