ଦୁର୍ଘଟଣାରେ ଗୁରୁତର ଉନ୍ନାଉ ଦୁଷ୍କର୍ମ ପୀଡିତା ! ଘଟଣା ପଛରେ ଷଡଯନ୍ତ୍ରର ଅଭିଯୋଗ ଆଣିଲେ ପରିବାର ଲୋକ

ଉତର ପ୍ରଦେଶ ଉନ୍ନାଉ ଦୁଷ୍କର୍ମ ପୀଡ଼ିତା ଗୁରୁତର ଆହତ ହୋଇଛନ୍ତି

305

କନକ ବ୍ୟୁରୋ : ଉତର ପ୍ରଦେଶ ଉନ୍ନାଉ ଦୁଷ୍କର୍ମ ପୀଡ଼ିତା ଗୁରୁତର ଆହତ ହୋଇଛନ୍ତି  ।  ଗତକାଲି ଏକ ସଡ଼କ ଦୁର୍ଘଟଣାରେ ପୀଡ଼ିତା ଜଣକ ଗୁରୁତର ହୋଇଥିବା ବେଳେ ତାଙ୍କର ଦୁଇ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଛି  । ଏହାସହ ତାଙ୍କ ଓକିଲ ମଧ୍ୟ ଗୁରୁତର ହୋଇଛନ୍ତି  ।  ସେମାନେ ରାଏବରେଲୀ ଜେଲରେ ଥିବା ପୀଡ଼ିତାଙ୍କ କକାଙ୍କୁ ଭେଟି ଫେରୁଥିବା ବେଳେ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିଲା  । ଗୁରୁତର ଅବସ୍ଥାରେ ପୀଡ଼ିତା ଓ ତାଙ୍କ ଓକିଲଙ୍କୁ କିଙ୍ଗ ଜର୍ଜ ହସ୍ପିଟାଲରେ ଭର୍ତି କରାଯାଇଛି  ।

ତେବେ ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି  । ପୀଡ଼ିତାଙ୍କୁ ମାରିଦେବା ପାଇଁ ଏପରି ଷଡ଼ଯନ୍ତ୍ର କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି  । ୟୁପି କଂଗ୍ରେସ ନେତା ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି  । ଉନ୍ନାଉର ବିଜେପି ବିଧାୟକ କୁଲଦୀପ ସେନଗାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ପୀଡ଼ିତା ଜଣକ, ଏହାପରେ କୁଲଦୀପଙ୍କୁ ଗିରଫ କରାଯାଇଥିଲା  । ସେ ଏବେ ଜେଲରେ ଅଛନ୍ତି  ।