କନକ ବ୍ୟୁରୋ: ଉନ୍ନାଓ ପୀଡିତାଙ୍କ ଗାଡି ଦୁର୍ଘଟଣା ମାମଲାରେ ସଂସଦ ଭିତରେ ଓ ବାହାରେ ଜୋରଦାର ହଙ୍ଗାମା ହୋଇଛି । ସଂସଦ ପରିସରରେ ସାଂସଦମାନେ ପ୍ରତିବାଦ କରିଚନ୍ତି । ସମାଜବାଦୀ ପାର୍ଟି, ଡିଏମକେ ଓ ଟିଏମସି ସାଂସଦ ମାନେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଛନ୍ତି । ଗତ ରବିବାର ଦିନ ଉନ୍ନାଓ ଗଣଦୁଷ୍କର୍ମ ପୀଡିତା ତାଙ୍କ ପରିବାର ଓ ଓକିଲଙ୍କ ସହ ଗାଡିରେ ଯାଉଥିବା ବେଳେ ଏକ ଟ୍ରକ ଧକ୍କା ଦେବା ଯୋଗୁୁଁ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ପୀଡିତାଙ୍କ ମାଉସୀ ଓ ଖୁଡିଙ୍କ ମୃତ୍ୟୁ ହୋଇଥିବା ବେଳେ ପୀଡିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଛନ୍ତି । ଏହି ମାମଲାରେ ଉନ୍ନାଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଥିବା ବିଜେପି ସାଂସଦ କୁଲଦୀପ ସିଂ ସେଙ୍ଗରଙ୍କ ବିରୋଧରେ ହତ୍ୟା ଓ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ମାମଲା ରୁଜୁ ହୋଇଛି ।
ସେପଟେ, ଉନ୍ନାଓ ପୀଡିତାଙ୍କ କାର ଦୁର୍ଘଟଣାରେ ପୀଡିତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ତିମ ସଂସ୍କାର ପାଇଁ ମନା କରିଦେଇଛନ୍ତି ପରିବାର ଲୋକେ । ଜେଲରେ ଥିବା ପୀଡିତାଙ୍କ ଦାଦାଙ୍କୁ ପାରୋଲ ମିଳିବା ପରେ ତାଙ୍କ ଖୁଡିଙ୍କ ଅନ୍ତିମ ସଂସ୍କାର କରାଯିବା ବୋଲି ପରିବାର ଲୋକେ କହିଛନ୍ତି । ଏପରିକି ଏହାକୁ ନେଇ ପୀଡିତା ଚିକିତ୍ସିତ ହେଉଥିବା ହସପିଟାଲ ବାହାରେ ପରିବାରଲୋକେ ପ୍ରତିବାଦ କରିଛନ୍ତି । ଏହି ମାମଲାରେ ବିଜେପି ବିଧାୟକ କୁଳଦୀପ ସିଂ ସେଙ୍ଗରଙ୍କ ବିରୋଧରେ ରୁଜୁ ହେଲା ମାମଲା । ବିଧାୟକଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଓ ଅପରାଧିକ ଷଡଯନ୍ତ୍ର ପରି ଅନେକ ଧାରାରେ ମାମଲା ରୁଜୁ କରିଛି ପୋଲିସ ।
ମାମଲାରେ ବିଧାୟକଙ୍କ ସମେତ ତାଙ୍କ ଭାଇ ମନୋଜ ସିଂ ସେଙ୍ଗର ଓ ଅନ୍ୟ ୮ଜଣଙ୍କ ନାଁରେ ବି ମାମଲା ରୁଜୁ ହୋଇଛି । ଏହାସହ ପୋଲିସ ଏହି ମାମଲାରେ ଟ୍ରକ ଡ୍ରାଇଭର ଓ ମାଲିକଙ୍କୁ ଗିରଫ କରିଛି । ରାୟବରେଲୀର ଜିଲ୍ଲା ଜେଲରେ ଥିବା ପୀଡିତାଙ୍କ ଦାଦା, ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଏହା ପଛରେ ଷଡଯନ୍ତ୍ର ଥିବା ଅଭିଯୋଗ ଆସିବା ପରେ ଯୋଗୀ ସରକାର ସିବିଆଇ ତଦନ୍ତପାଇଁ ଆଦେଶ ଦେଇଛନ୍ତି । ରବିବାର ଦିନ ପୀଡିତା ଯାଉଥିବା କାର ସହ ଏକ ଟକ୍ରର ଧକ୍କା ହୋଇଥିଲା । ଯେଉଁଥିରେ ପୀଡ଼ିତାଙ୍କ ମାଉସୀ ଓ ଖୁଡିଙ୍କ ମୃତ୍ୟୁ ହୋଇଥିବା ବେଳେ ପୀଡିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଛନ୍ତି । ପୀଡ଼ିତାଙ୍କୁ ମାରିଦେବା ପାଇଁ ଏପରି ଷଡ଼ଯନ୍ତ୍ର କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/UNNO.jpg)
/kanak/media/post_attachments/wp-content/uploads/2019/07/24-300x223.jpg)
/kanak/media/post_attachments/wp-content/uploads/2019/07/bjp-mla-kuldeep-singh-sengar_db5f162c-b22b-11e9-89ee-f5941b66ef8f-300x169.jpg)