ମୁଖ୍ୟମନ୍ତ୍ରୀ ନ ଆସିଲେ ଉଠିବନି ପୀଡିତାଙ୍କ ଶବ ! ଉନ୍ନାଓ ପୀଡିତା ପରିବାରର କ୍ରୋଧ , ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କଲେ ଯାଇ ଆରମ୍ଭ ହେବ ଅନ୍ତିମ ସଂସ୍କାର 

461

ଜୀବନ ଏବଂ ମୃତ୍ୟୁ ସହ ସଂଗ୍ରାମ କରି ଜୀବନ ଯୁଦ୍ଧରେ ହାରିଯାଇଥିବା ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ଶବ ଗାଁରେ ପହଁଚିଛି । ପୀଡିତାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପରିବାରକୁ ୨୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଦେବାକୁ ଘୋଷଣା କରିଥିଲେ ମଧ୍ୟ ପରିବାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଅଡି ବସିଛନ୍ତି । ପରିବାର ଲୋକଙ୍କ କହିବାନୁଯାୟୀ , ଯେଉଁ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ସହ ସାକ୍ଷାତ ନକରିଛନ୍ତି ସେ ପର୍ଯ୍ୟନ୍ତ ଝିଅର ଶବକୁ ଶ୍ମଶାନକୁ ନିଆଯିବନି । 

ପୀଡିତାଙ୍କ ଶବ ଶନିବାର ଗାଁରେ ପହଁଚିଥିବା ବେଳେ ପରିବାର ଲୋକଙ୍କ କହିବାନୁସାର ଶବକୁ ମୁଖାଗ୍ନି ଦିଆଯିବ ନାହିଁ ବରଂ କବର ଦିଆଯିବ । ରବିବାର ସକାଳ ୧୦ ଟା ସମୟରେ ଶେଷକ୍ରିୟା ସମ୍ପନ୍ନ କରିବା ଖବର ଆସୁଥିବା ବେେ, ଏବେ ଶୁଣିବାକୁ ମିଳୁଛି ପରିବାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଅଡି ବସିଛନ୍ତି ।