ଉନ୍ନାଓ ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ଆଜି ରାୟ ଶୁଣାଇବେ ଦିଲ୍ଲୀର ତିସହଜାରୀ କୋର୍ଟ । ଦଣ୍ଡ ଶୁଣାଣି ଉପରେ ସମସ୍ତଙ୍କ ରହିଛି ନଜର। ଏହି ମାମଲାରେ ଉନ୍ନାଓର ପୂର୍ବତନ ବିଜେପି ବିଧାୟକ କୁଲଦୀପ ସେଙ୍ଗର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅପହରଣ, ଦୁଷ୍କର୍ମ, ଶାରୀରିକ ନିର୍ଯାତନା ଆଦି ମାମଲା ସହ ପୋକ୍ସୋ ଆଇନରେ ସେଙ୍ଗରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ମଙ୍ଗଳବାର ଏହି ମାମଲାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ।
ଜୁନ ୨୦୧୭ ରେ ୧୬ ବର୍ଷିୟା ବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ କରିଥିଲେ ବିଧାୟକ କୁଲଦୀପ ସେଙ୍ଗର । ୨୦୧୯ ରେ ସେଙ୍ଗରଙ୍କୁ ଦଳରୁ ବହିଷ୍କୃତ କରିଥିଲା ବିଜେପି । ଏଥିସହ ବିଳମ୍ବରେ ଚାର୍ଜସିଟ ନେଇ ମଧ୍ୟ ସିବିଆଇକୁ ଭର୍ତ୍ସନା କରିଥିଲେ କୋର୍ଟ । ତେବେ ପୀଡ଼ିତାଙ୍କ ବାପାଙ୍କୁ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ୨୦୧୮ ଏପ୍ରିଲ ୩ ତାରିଖରେ ଗିରଫ କରାଯାଇଥିଲା । ହାଜତରେ ତାଙ୍କର ମୃତ୍ୟୁ ପରେ ସେଙ୍ଗର, ତାଙ୍କ ଭାଇ ଓ ଅନ୍ୟ ୯ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିଲା ।
ସେଙ୍ଗର ଜେଲରେ ଥିବା ବେଳେ ଚଳିତବର୍ଷ ଜୁଲାଇ ୨୮ ତାରିଖରେ ପୀଡିତା କୋର୍ଟକୁ ଯାଉଥିବା ବେଳେ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା ଟ୍ରକ୍ । ଏଥିରେ ତାଙ୍କର ମାଉସୀ ଓ ଖୁଡ଼ିଙ୍କ ମୃତ୍ୟୁ ହୋଇଥିଲା । ଏଥି ସହିତ ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିଲେ । ଏଥିରେ ସେଙ୍ଗରଙ୍କ ସଂପୃକ୍ତି ନେଇ ପୀଡ଼ିତାଙ୍କ ଅଭିଯୋଗ ପରେ ମାମଲା ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/merlin_141095424_b57de642-823a-4c76-a4f9-d5b36c948433-jumbo.jpg)
/kanak/media/post_attachments/wp-content/uploads/2019/12/20190805173L-696x392-300x169.jpg)