ଭାରତୀୟ କ୍ରିକେଟରୁ ନେଲେ ସନ୍ୟାସ, ଆମେରିକାରେ କଲେ ଧୂଆଁଧାର ବ୍ୟାଟିଂ । ୧୩୨ ରନର ଦମଦାର ଇଂନିସ ଖେଳିଲେ ଉନ୍ମୁକ୍ତ ଚାନ୍ଦ ।

366

କନକ ବ୍ୟୁରୋ: ୨୦୧୨ ମସିହା ଅଣ୍ଡର-୧୯ ବିଶ୍ୱକପ୍ ବିଜୟୀ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ନିକଟରେ ଭାରତୀୟ କ୍ରିକେଟରୁ ନିଜର ସନ୍ନ୍ୟାସ ଘୋଷଣା କରିଥିଲେ । ହେଲେ ଏବେ ସେ ଆମେରିକା କ୍ରିକେଟରେ ନିଜର ଜଲୱା ଦେଖାଇଛନ୍ତି । ଏକ ମ୍ୟାଚରେ ସେ ଧୂଆଁଧାର ୧୩୨ ରନର ଇଂନିସ ଖେଳିବା ସହିତ, ନିଜ ଟିମକୁ ଫାଇନାଲରେ ପହଞ୍ଚାଇଛନ୍ତି ।

ଆମେରିକାର ମାଇନର ଲିଗର ସେମିଫାଇନାଲ ମ୍ୟାଚରେ ସିଲିକନ ଭ୍ୟାଲି ଷ୍ଟାଇକର୍ସ ଓ ଅଷ୍ଟିନ୍ ଆଥଲେଟସ୍ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ଅଷ୍ଟିନ୍ ଆଥଲେଟସ୍ ୨୦ ଓଭରରେ ୧୮୫ ରନ୍ କରିଥିଲା । ଆଉ ସିଲିକନ୍ ଭ୍ୟାଲି ଷ୍ଟାଇକର୍ସ ଉନ୍ମୁକ୍ତଙ୍କ ଏହି ଧୂଆଁଧାର ଇଂନିସ ସହ ୧୯.୩ ଓଭରରେ ୧୮୮ ରନ୍ କରି ଫାଇନାଲରେ ପ୍ରବେଶ କରିଛି । ଉନ୍ମୁକ୍ତ ତାଙ୍କର ଏହି ଇଂନିସରେ ୧୫ଟି ଚୌକା ମାରିବା ସହିତ ୭ଟି ଛକା ମାରିଥିଲେ । ଆଉ ମାତ୍ର ୫୨ ବଲରୁ ହାସଲ କରିଥିଲେ ଶତକ ।

ଉନ୍ମୁକ୍ତ ଚାନ୍ଦ ଏହି ଇଂନିସକୁ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି । ପୂୂରା ଟିମ ଦମଦାର ପ୍ରଦର୍ଶନ କରିଛନ୍ତି ଏବଂ ଏହି ଇଂନିସ ଏକ ଖାସ ଇଂନିସ ବୋଲି ସେ କହିଛନ୍ତି । ତେବେ ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିବା ପରେ ଉନ୍ମୁକ୍ତଙ୍କ ଏହି ଇଂନିସକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଯେ, ୨୦୧୨ ଅଣ୍ଡର-୧୯ ବିଶ୍ୱକପ୍ ଦଳର ଅଧିନାୟକ ଥିଲେ ଉନ୍ମୁକ୍ତ ଚାନ୍ଦ । ତାଙ୍କ ନେତୃତ୍ୱରେ ଦଳ ବିଶ୍ୱକପ୍ ବିଜୟୀ ହୋଇଥିଲେ । ଫାଇନାଲ ମ୍ୟାଚରେ ଚାନ୍ଦ ୧୧ ରନର କ୍ୟାପଟେନ୍ ଇଂନିସ ଖେଳିଥିଲେ । ଦୀର୍ଘ ୮ଟି ସିଜିନ ଧରି ସେ ଦିଲ୍ଲୀ ତରଫରୁ ଘରୋଇ କ୍ରିକେଟ୍ ଖେଳିଥିଲେ । ହେଲେ ତାଙ୍କୁ ସିନିୟର ଟିମରେ କେବେ ବି ଖେଳିବାର ସୁଯୋଗ ମିଳିନଥିଲା । ଯେଉଁ କାରଣରୁ ଗତ କିଛି ଦିନ ତଳେ ସେ ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିବା ସହିତ ଆମେରିକାରେ କ୍ରିକେଟ୍ ଖେଳିବାକୁ ନିଷ୍ପତ୍ତି ନେଇଥିଲେ ।