ଖୋଲିଲା ବହୁ ଚର୍ଚ୍ଚିତ ଉନ୍ମୟ ପାଢୀଙ୍କ ହତ୍ୟା ରହସ୍ୟ : ନିଜ ଦେହରେ ଛୁରୀ ଭୁସିବା ପରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିବା କହିଲେ ପୁଲିସ କମିଶନର, କୂଆଖାଇ ନଦୀପଠାରୁ ମିଳିଥିଲା ଅର୍ଦ୍ଧଦଗ୍ଧ ମୃତଦେହ

28

କନକ ବ୍ୟୁରୋ : ଖୋଲିଲା ବହୁଚର୍ଚ୍ଚିତ ଉନ୍ମୟ ପାଢୀ ହତ୍ୟାକାଣ୍ଡର ରହସ୍ୟ । ନିଜେ ଉନ୍ମୟ ହିଁ ନିଜ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ । ଏ ସମ୍ପର୍କରେ ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ୱାଇ.ବି. ଖୁରାନିଆ । ଏହା ଏକ ହତ୍ୟା ନୁହେଁ, ବରଂ ଉନ୍ମୟ ପାଢୀ ଆତ୍ମହତ୍ୟା କରିଛନ୍ତି । ଉନ୍ମୟ ନିଜ ପେଟକୁ ପ୍ରଥମେ ଛୁରୀ ଭୁଷିବା ପରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି କହିଛନ୍ତି ପୋଲିସ କମିଶନର ।

ମେଡିକାଲ ରିପୋର୍ଟରେ ମଧ୍ୟ ଉନ୍ମୟ ଆତ୍ମହତ୍ୟା କରିଥିବା ନେଇ ସ୍ପଷ୍ଟ ହୋଇଛି । ଗତ କିଛି ଦିନ ତଳେ କୁଆଖାଇ ନଦୀ ପଠାରୁ ଉନ୍ମୟ ପାଢୀଙ୍କ ଅଧାପୋଡା ଶବ ମିଳିଥିଲା । ଏହା ପୂର୍ବରୁ ଭଦ୍ରକ ଅଂଚଳର ଜଣେ ଯୁବତୀଙ୍କ ସହ ଅନ୍ତରଙ୍ଗ ଭିଡିଓ ଭାଇରାଲ କରିବା ଅଭିଯୋଗରେ ଜେଲ ଯାଇଥିଲେ ଉନ୍ମୟ ।