କନକ ବ୍ୟୁରୋ : ଶାରଳା ମନ୍ଦିର ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ ଅବିବାହିତ ରାଉଳ ସେବକ । ଏହା ସହ ବ୍ରତ ହୋଇନଥିବା ପଣ୍ଡା ସେବକଙ୍କୁ ମଧ୍ୟ ଗର୍ଭଗୃହକୁ ପ୍ରବେଶ ଉପରେ କଟକଣା ଲାଗିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହା ସହ ଶ୍ରଦ୍ଧାଳୁ ସେମାନଙ୍କ ପିଲାମାନଙ୍କୁ ଗର୍ଭଗୃହ ମଧ୍ୟକୁ ନେବା ପାଇଁ ନିଷେଧ କରାଯାଇଛି ।

Advertisment

ମଝି ଦେଉଳ ଓ ଗର୍ଭଗୃହକୁ ମୋବାଇଲ ନିଷେଧ କରଯାଇଛି । ମା’ଙ୍କ ବିଗ୍ରହ ସହ ଫଟୋ ଉଠାଯାଇ ପାରିବ ନାହିଁ । ଏହି ନିୟମକୁ କଠୋର ଭାବେ ପାଳନ କରିବାକୁ ନିଷ୍ପତି ନିଆଯାଇଛି । ପ୍ରଥମ ଥର ପାଇଁ ୫ ହଜାର ଟଙ୍କା, ଦ୍ୱିତୀୟ ଥର ପାଇଁ ହଜାରେ ଟଙ୍କା ଜରିମାନା ଆଦାୟ କରାଯିବ । ବେଢ ମଧ୍ୟରେ ମୋବାଇଲ ବ୍ୟବହାର ମଧ୍ୟ କଟକଣା ଲାଗିଛି ।