କନକ ବ୍ୟୁରୋ: ଜଗତସିଂହପୁର ମା’ ଶାରଳାଙ୍କ ମନ୍ଦିର ପାଇଁ ଲାଗୁ ହୋଇଛି ନୂଆ କଟକଣା । ଗର୍ଭଗୃହକୁ ଅବିବାହିତ ରାଉଳ ସେବକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ବ୍ରତ ହୋଇନଥିବା ପଣ୍ଡା ସେବକଙ୍କ ପାଇଁ ମଧ୍ୟ ଜାରି ହୋଇଛି କଟକଣା । ଶୃଙ୍ଖଳିତ ମନ୍ଦିର ପରିଚଳନା ଏବଂ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ସଂକ୍ରାନ୍ତରେ ୧୮ଟି ନିଷ୍ପତି ନିଆଯାଇଛି । ମଝି ଦେଉଳ ଓ ଗର୍ଭଗୃହକୁ ମୋବାଇଲ ନିଷେଧ କରାଯାଇଥିବା ବେଳେ ମା’ଙ୍କ ବିଗ୍ରହ ଫଟୋ ଉଠାଇବା ଉପରେ କଟକଣା ଜାରି କରାଯାଇଛି ।

Advertisment
  • ଗର୍ଭଗୃହକୁ ପ୍ରବେଶ କରିପାରିବେନି ଅବିବାହିତ ରାଉଳ ସେବକ
  • ବ୍ରତ ହୋଇନଥିବା ପଣ୍ଡା ସେବକଙ୍କ ଉପରେ ବି ଲାଗିଲା କଟକଣା

ଜଗତସିଂହପୁର, ମା’ ଶାରଳାଙ୍କ ମନ୍ଦିର ପାଇଁ ଲାଗୁ ହୋଇଛି ନୂଆ ନିୟମ । ସେବାୟତ, ବିଭିନ୍ନ ସେବାୟତ କମିଟି, ବରିଷ୍ଠ ପୂଜକ ଏବଂ ପ୍ରଶାସନର ଉପସ୍ଥିତିରେ ମନ୍ଦିର ପ୍ରଶାସନ ପକ୍ଷରୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏଥିରେ ଶୃଙ୍ଖଳିତ ମନ୍ଦିର ପରିଚଳନା ଏବଂ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ସଂକ୍ରାନ୍ତରେ ୧୮ଟି ନିଷ୍ପତି ନିଆଯାଇଛି । ନିଷ୍ପତି ଅନୁସାରେ...

  • ମା’ ଶାରଳାଙ୍କ ପୀଠରେ ଅବିବାହିତ ସେବକଙ୍କୁ ଗର୍ଭଗୃହ ମଧ୍ୟମକୁ ପ୍ରବେଶ ନିଷେଧ
  • ବ୍ରତ ହୋଇନଥିବା ପଣ୍ଡା ସେବକଙ୍କୁ ଗର୍ଭଗୃହକୁ ପ୍ରବେଶ ନିଷେଧ
  • ମଝି ଦେଉଳ ଓ ଗର୍ଭଗୃହକୁ ମୋବାଇଲ ନିଷେଧ
  • ଶ୍ରଦ୍ଧାଳୁ ବା ସେମାନଙ୍କ ପିଲାଙ୍କୁ ଗର୍ଭଗୃହ ମଧ୍ୟକୁ ନେବା ନିଷେଧ
  • ମା’ଙ୍କ ବିଗ୍ରହ ଫଟୋ ଉଠାଇବା ଉପରେ କଟକଣା
  • ନିୟମ ନମାନି ଫଟୋ ଉଠାଇଲେ ଜରିମାନା ବ୍ୟବସ୍ଥା
  • ମନ୍ଦିର ବେଢ଼ାକୁ ପଲିଥିନ ଓ ଥର୍ମକୁଲ୍ ମୁକ୍ତ କରାଯିବ
  • ଭକ୍ତ ଓ ସେବାୟତଙ୍କ ଅଭିଯୋଗ ପାଇଁ ଅଭିଯୋଗ ବାକ୍ସ

ବ୍ୟବସ୍ଥିତ ଢ଼ଙ୍ଗରେ ମା’ ଶାରଳାଙ୍କ ପୀଠ ପରିଳଚନା ପାଇଁ ସଂଶୋଧନ ସଂସ୍କାର ମୁଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମନ୍ଦିର ପ୍ରଶାସନ ସହିତ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଉଛି । ଏସବୁ ବାହାରେ...

  • ପଣ୍ଡା ସେବକମାନେ ଭକ୍ତ ଓ ଯାତ୍ରୀଙ୍କୁ ଘର ସମ୍ପର୍କରେ ପଚାରି ବିରକ୍ତ କରିବେ ନାହିଁ
  • କୌଣସି ଯାତ୍ରୀଙ୍କଠାରୁ ଜୁଲମ କରି ଅର୍ଥ ଆଦାୟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
  • ଅଭିଯୋଗ ବାକ୍ସରେ ଭକ୍ତ ଓ ଯାତ୍ରୀମାନେ ନିଜର ଅଭିଯୋଗ ରଖିପାରିବେ
  • ପ୍ରତି ୭ଦିନରେ ଏହି ଅଭିଯୋଗ ବାକ୍ସ ଖୋଲିବ ଜିଲ୍ଲା ପ୍ରଶାସନ
  • ଆଇନ ଅନୁସାରେ ଅଭିଯୋଗ ଉପରେ ପଦକ୍ଷେପ ନିଆଯିବ

ମନ୍ଦିରର ସୁପରିଚାଳନା ପାଇଁ ଏଭଳି ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଛି । ତେବେ ଗର୍ଭଗୃହ ପ୍ରବେଶ ଉପରେ ଅବିବାହିତ ରାଉଳ ସେବକଙ୍କ ଉପରେ ରଖାଯାଇଥିବା କଟକଣାକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ରାଉଳ ସେବକମାନେ ଏଭଳି ନିଷ୍ପତିକୁ ନାପସନ୍ଦ କରିଥିବା ବେଳେ ସଂସ୍କାରମୂଳକ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।