ନ୍ୟାୟ ମାଗୁଛି କୁଆଁରୀ ମା’...ଯୌନଶୋଷଣକୁ ବଳିଗଲା ପୁଲିସ ଅବହେଳା..ବର୍ଷ ବର୍ଷ ଧରି ଶାରୀରିକ ସଂପର୍କ ରଖିଲେ ୨ ଅଭିଯୁକ୍ତ...କୋଳରେ ମାସକର ଶିଶୁକୁ ଧରି ସଂଘର୍ଷ କରୁଛନ୍ତି ପୀଡିତା

Advertisment
ନ୍ୟାୟ ମାଗୁଛି କୁଆଁରୀ ମା’...ଯୌନଶୋଷଣକୁ ବଳିଗଲା ପୁଲିସ ଅବହେଳା..ବର୍ଷ ବର୍ଷ ଧରି ଶାରୀରିକ ସଂପର୍କ ରଖିଲେ ୨ ଅଭିଯୁକ୍ତ...କୋଳରେ ମାସକର ଶିଶୁକୁ ଧରି ସଂଘର୍ଷ କରୁଛନ୍ତି ପୀଡିତା

କନକ ବ୍ୟୁରୋ: ରାଉରକେଲାରୁ ଆସିଛି ଏମିତି ଏକ ଅଭାବନୀୟ ଘଟଣା ଯେଉଁଠି, ବିବାହ ପ୍ରତିଶ୍ରୁତିର ପ୍ରଲୋଭନରେ ପଡି ପ୍ରତାରଣାର ଶିକାର ହୋଇଛନ୍ତି ଜଣେ ଯୁବତୀ। ଏବେ ଯୁବତୀ ଜଣକ ଏକ ଶିଶୁକନ୍ୟାର ମା'। ଧୋକ୍କା ଓ ଚଞ୍ଚକତା କରିଥିବା ଯୁବକ ଓ ତାର ପରିବାର ଏବେ ଧରାଛୁଆଁ ଦେଉନଥିବା ବେଳେ ନ୍ୟାୟ ପାଇଁ ବାର ଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି ସେହି ଯୁବତୀ ଓ ପରିବାର ସଦସ୍ୟ। ସେପଟେ ଅଭିଯୋଗ କରିବାପରେ ମଧ୍ୟ ଏକମାସରୁ ଅଧିକ କାଳ ହେଲା କୌଣସି ପଦକ୍ଷେପ ଗ୍ରହଣ ନକରି ପୁଲିସ ହାତବାନ୍ଧି ବସିଥିବା ଅଭିଯୋଗ ହୋଇଛି।

publive-image

ଘଟଣାଟି ଯେତିକି ସମ୍ବେଦନଶୀଳ, ସେତିକି ଚାଞ୍ଚଲ୍ୟକର ମଧ୍ୟ। ମାସକର ଶିଶୁକନ୍ୟାକୁ କୋଳରେ ଧରି ପିତୃତ୍ୱର ପରିଚୟ ଅପେକ୍ଷାରେ ରହିଥିବା ଏହି ଯୁବତୀଙ୍କୁ ଅନ୍ଧାର ଭବିଷ୍ୟତକୁ ଠେଲି ଦେଇଥିବା ଅଭିଯୁକ୍ତ ହେଲା ଡୁମେର୍ତ୍ତା ଅଞ୍ଚଳର ସୁନୀଲ ରାଜ। ବିବାହର ପ୍ରତିଶ୍ରୁତି ଦେଇ ୫ ବର୍ଷ ଧରି ସମ୍ପର୍କ ରଖିଆସିଥିଲା ସୁନୀଲ। କେବଳ ସେତିକି ନୁହେଁ, ଚକ୍ରାନ୍ତ କରି ନିଜ ସାଙ୍ଗ ତରୁଣ ଏକ୍କା ପାଇଁ ବାନ୍ଧବୀକୁ ଉପଭୋଗ୍ୟର ପଣ୍ୟ କରିବାକୁ ଦ୍ଵିଧା କରିନଥିଲା ସୁନୀଲ। ବ୍ଲାକମେଲିଂ କରି ତରୁଣ ମଧ୍ୟ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗ ହୋଇଛି। ଏପରିକି ମୁଁହ ଖୋଲିଲେ ପିଡିତାର ଦୁଇ ଭାଇଙ୍କୁ ଅପହରଣ କରି ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିବା କହିଛନ୍ତି ପିଡ଼ିତା। ଏନେଇ ମହିଳା ଥାନାରେ ଲିଖିତ ଅଭିଯୋଗ ଦେଇ ବାରମ୍ବାର ଦୌଡ଼ିବା ସତ୍ତ୍ୱେ ନ୍ୟାୟ ପାଇବାରେ ନିରାଶ ହୋଇଛନ୍ତି ପିଡ଼ିତା ଯୁବତୀ ଓ ପରିବାର। ଏବେ ଶୁଣନ୍ତୁ ସମ୍ପୃକ୍ତ ଯୁବତୀଙ୍କ ମୁଁହରୁ ଦୁଇ ଅଭିଯୁକ୍ତଙ୍କ କଳାକାରନାମାର କାହାଣୀ।

publive-image

ସେପଟେ ଯୁବତୀ ଜଣକ ଅତି ନିରୀହ ଓ ଗରିବ ପରିବାରର ହୋଇଥିବାରୁ ତା'ର ସରଳତା ର ସୁଯୋଗ ନେଇ ଅଭିଯୁକ୍ତ ଦ୍ବୟ ଏଭଳି କାଣ୍ଡ ଭିଆଇଥିବା କହିଛନ୍ତି ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ। ଅଭିଯୋଗ ସତ୍ତ୍ୱେ ପୁଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତ୍ତେ ପିଡ଼ିତା ଓ ତା' ପରିବାର ସଦସ୍ୟଙ୍କୁ ନିରାଶ କରିଥିବା ସେ ଅଭିଯୋଗ କରିଛନ୍ତି। ପୁଲିସ ତୁରନ୍ତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇ ପିଡ଼ିତା ଓ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ସରପଞ୍ଚ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe