ଅନଲକ୍ ୫.୦: କେନ୍ଦ୍ର ବନାମ ରାଜ୍ୟ, କାହାର କେଉଁ ନିୟମ ପଢ଼ନ୍ତୁ…

596
କନକ ବ୍ୟୁରୋ: ଦିନକ ପରେ ଆସିଲା ଓଡ଼ିଶାର ଅନଲକ୍ ୫.୦ ଗାଇଡଲାଇନ୍ । ଗତକାଲି କେନ୍ଦ୍ରର ଅନଲକ୍ ୫.୦ ଗାଇଡଲାଇନ୍ କୁ ତର୍ଜମା କଲେ ଦୁହିଁଙ୍କ ମଧ୍ୟରେ ଆକାଶ ପାତାଳ ଫରକ୍ ଜାଣିପାରିବେ । କେନ୍ଦ୍ରର ଗାଇଡଲାଇନରେ ଅର୍ଥବ୍ୟବସ୍ଥାକୁ ଦୃଷ୍ଟିରେ ଅନେକ ଜିନିଷକୁ କୋହଳ କରାଯାଇଥିବାବେଳେ ରାଜ୍ୟର ଗାଇଡଲାଇନରେ କିନ୍ତୁ ଜୀବିକାକୁ ନୁହେଁ ବରଂ ପ୍ରଥମେ ଲୋକଙ୍କ ଜୀବନକୁ ଗୁରୁତ୍ୱ ଦିଆଯାଇଛି ।
ତେବେ କେନ୍ଦ୍ର ଓ ରାଜ୍ୟର ଅନଲକ୍ ୫.୦ ଗାଇଲାଇନ୍ କ’ଣ କୋହଳ କ’ଣ କଟକଣା ଏବଂ କାହାର କେଉଁ ନିୟମ ଥରେ ପଢ଼ି ନିଅନ୍ତୁ…
ଅନଲକ୍ – ୫
କେନ୍ଦ୍ର : ଅକ୍ଟୋବର ୧୫ ପରେ ସ୍କୁଲ ଖୋଲିବାକୁ ରାଜ୍ୟ ବିଚାର କରିପାରିବେ     
ରାଜ୍ୟ : ଅକ୍ଟୋବର ୩୧ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ
କେନ୍ଦ୍ର : ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ
ରାଜ୍ୟ : ଅକ୍ଟୋବର ୩୧ ପର୍ଯ୍ୟନ୍ତ ସିନେମା ହଲ ବନ୍ଦ
କେନ୍ଦ୍ର : ମନ୍ଦିର ଓ ଧାର୍ମିକ ସ୍ଥଳ ଖୋଲା
ରାଜ୍ୟ : ଖୋଲିବନି ମନ୍ଦିର ଓ ଧାର୍ମକ ସ୍ଥଳ
କେନ୍ଦ୍ର : ସମାବେଶ ପାଇଁ ଅନୁମତି 
ରାଜ୍ୟ : ସମାବେଶ ଉପରେ କଟକଣା
କେନ୍ଦ୍ର : ଆବଦ୍ଧ କ୍ଷେତ୍ରରେ ମିଟିଂ ପାଇଁ ୨୦୦ ଜଣଙ୍କୁ ଅନୁମତି
ରାଜ୍ୟ: ଉପନିର୍ବାଚନ ପାଇଁ ୧୦୦ ଲୋକଙ୍କ ସମାବେଶ ପାଇଁ ଅନୁମତି
କେନ୍ଦ୍ର: ରାଜନୈତିକ, ସାମାଜିକ, କ୍ରୀଡ଼ା, ମନୋରଂଜନ, ସାଂସ୍କୃତିକ ଓ ଧାର୍ମିକ ସମାବେଶକୁ ଅନୁମତି
ରାଜ୍ୟ: ରାଜନୈତିକ, ସାମାଜିକ, କ୍ରୀଡ଼ା, ମନୋରଂଜନ, ସାଂସ୍କୃତିକ ଓ ଧାର୍ମିକ ସମାବେଶ ଉପରେ କଟକଣା
କେନ୍ଦ୍ର : ତାଲିମ ପାଇଁ ସୁଇମିଂ ପୁଲ ଖୋଲିବ
ରାଜ୍ୟ : ତାଲିମ ପାଇଁ ସୁଇମିଂ ପୁଲ ଖୋଲିବ
କେନ୍ଦ୍ର: ଅବରୋଧ ଅଂଚଳରେ ଅକ୍ଟୋବର ୩୧ ଯାଏଁ ଲକଡାଉନ୍
ରାଜ୍ୟ: ଅବରୋଧ ଅଂଚଳରେ ଅକ୍ଟୋବର ୩୧ ଯାଏଁ ଳକଡାଉନ୍