କନକ ବ୍ୟୁରୋ: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପରେ, ରତ୍ନଭଣ୍ଡାରକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । କେବେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବ ସେ ନେଇ ଆଲୋଚନା ହେଉଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଖୋଲିବାକୁ ଯାଉଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ନିଷ୍ପତି ଅନୁସାରେ ଜୁଲାଇ ମାସରେ ଖୋଲିବ ରତ୍ନଭଣ୍ଡାର ।

Advertisment

ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପରେ, ରତ୍ନଭଣ୍ଡାରକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । କେବେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବ ସେ ନେଇ ଆଲୋଚନା ହେଉଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଖୋଲିବାକୁ ଯାଉଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ନିଷ୍ପତି ଅନୁସାରେ ଜୁଲାଇ ମାସରେ ଖୋଲିବ ରତ୍ନଭଣ୍ଡାର ।

ରତ୍ନଭଣ୍ଡାର ଖୋଲିବାକୁ କୋଟି କୋଟି ଜଗା ପ୍ରେମୀ ଚାହିଁ ରହିଥିବାବେଳେ, ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବଡ ନିଷ୍ପତି ନିଆଯାଇଛି । ଜୁଲାଇ ୮ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଏଏସଆଇକୁ ହସ୍ତାନ୍ତର କରାଯିବ । ତାପରେ କୋର କମିଟି ଓ ବୈଷୟିକ କମିଟିର ସଦସ୍ୟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ । ସ୍ୱତନ୍ତ୍ର କମିଟି ରତ୍ନଭଣ୍ଡାର ସ୍ଥିତି ଯାଂଚ ଓ ଅନୁଧ୍ୟାନ କରିବେ । ଅନୁଧ୍ୟାନ ପରେ ମରାମତି କରାଯିବ ।

ରତ୍ନଭଣ୍ଡାର ଅନୁଧ୍ୟାନ ଓ ଯାଂଚ ପାଇଁ ଏଏସଆଇ ପକ୍ଷରୁ ୧୪ଜଣ ସଦସ୍ୟଙ୍କୁ କମିଟି ଗଠନ କରାଯାଇଛି । ସେହି କମିଟିର ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ । ତେବେ ମହାପ୍ରଭୁଙ୍କ ରତ୍ନ- ଅଳଙ୍କାରର ଗଣତି ମଣତି ହେବ କି ନାହିଁ ତାହା ସ୍ପଷ୍ଟ କରାଯାଇନାହିଁ । ପ୍ରଶାସନର ଏହି ନିଷ୍ପତିକୁ ସେବାୟତଙ୍କଠାରୁ ଆରମ୍ଭ କରି ଶ୍ରଦ୍ଧାଳୁଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ୱାଗତ କରିଛନ୍ତି ।

୨୦୧୮ରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରତ୍ନଭଣ୍ଡାର ଯାଂଚ ପାଇଁ ଯାଇଥିଲେ ୧୬ ଜଣିଆ କମିଟି । ବାହାର ଭଣ୍ଡାର ଚାବି ଖୋଲି ପ୍ରବେଶ କରିବା ପରେ ଯାଂଚ କରିଥିଲେ । ଛାତ, କାନ୍ଥ ଓ ଚଟାଣରେ ହାତ ମାରି ଅନୁଧ୍ୟାନ କରିଥିଲେ । । କିନ୍ତୁ ଭିତର ଭଣ୍ଡାର ଚାବି ନମିଳିବାରୁ ଜାଲି ଝରକା ଦେଇ ଟର୍ଚ୍ଚ ସାହାଯ୍ୟରେ ଭିତର ଭଣ୍ଡାରର ଅନୁଧ୍ୟାନ କରିଥିଲେ । ଆଉ ରତ୍ନଭଣ୍ଡାର ଚାବି ହଜିବାକୁ ୨୦୨୪ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରି ବିଜେଡିକୁ ଘେରିଥିଲା ବିଜେପି ।